The Hans India
କେନ୍ଦୁଝର: ପଣ୍ତାପଡ଼ା କଲେଜ ନିକଟରେ ଆଜି ଏକ ଅଜଣାଗାଡ଼ି ଧକ୍କାରେ ଜଣେ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ଼କ ଜଣଙ୍କ ହେଲେ କୋବେଡ଼ା ଗ୍ରାମର ଚନ୍ଦନ କୁମାର ମହାନ୍ତ (୩୦)। ଚନ୍ଦନ କୋଭିଡ଼ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ। ଆଜି ସଂଧ୍ୟାରେ ଘରକୁ ବାଇକରେ ଯାଉଥିବା ସମୟରେ ପଣ୍ତାପଡ଼ା କଲେଜ ନିକଟରେ ଏକ ଅଜଣାଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us