କେନ୍ଦ୍ରମନ୍ତ୍ରୀଙ୍କ ଦ୍ଵାରା ଦୁଇଟି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଲୋକାର୍ପିତ

Advertisment
କେନ୍ଦ୍ରମନ୍ତ୍ରୀଙ୍କ ଦ୍ଵାରା ଦୁଇଟି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଲୋକାର୍ପିତ

Sambad

ରାଇରଙ୍ଗପୁର: କେନ୍ଦ୍ରଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଇଂ. ବିଶ୍ଵେଶ୍ଵର ଟୁଡୁଙ୍କ ପ୍ରଚେଷ୍ଟାରେ ବିଶ୍ବ କଲ୍ୟାଣ ସେବା ଟ୍ରଷ୍ଟ ସହାୟତାରେ ରାଇରଙ୍ଗପୁର ଉପଖଣ୍ଡ ପାଇଁ ଭ୍ରାମ୍ୟମାଣ ଦୁଇଟି ଆମ୍ବୁଲାନ୍ସ ଅତ୍ୟାଧୁନିକ ସେବା ଆଜିଠାରୁ ଶୁଭାରମ୍ଭ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ସମେତ ଜିଲ୍ଲାର ବିଜେପି ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ସ୍ବାସ୍ଥ୍ୟ ସେବା ନିମନ୍ତେ ରାଇରଙ୍ଗପୁର ଉପଖଣ୍ଡ ପାଇଁ ଉତ୍ସର୍ଗୀକୃତ ଦୁଇଟି ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଏଠାରେ ଉଦ୍‌ଘାଟନ କରି ଆଦିବାସୀ ବହୁଳ ରାଇରଙ୍ଗପୁର ଉପଖଣ୍ଡରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ବହୁ ପାଇଁ ଏହା ଅଧିକ ଗୁରୁତ୍ବ ବହନ କରିବ ବୋଲି ପ୍ରକାଶ କରିଛନ୍ତି। ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସରେ ଉପଯୋଗୀ ତଥା ବହୁ ଆଧୁନିକ ଉପକରଣମାନ ଉପଲବ୍ଧ ରହିଛି। ଏହି ଆମ୍ବୁଲାନ୍ସ ଭ୍ରାମ୍ୟମାଣ ହୋଇଥିବାରୁ ଦୁର୍ଗମ ଅଞ୍ଚଳରୁ ଅତ୍ୟନ୍ତ ଗମ୍ଭୀର ଅବସ୍ଥାରେ ଥିବା ରୋଗୀଙ୍କୁ ଆଶୁ ଚିକିତ୍ସା କରାଯାଇ ନିକଟସ୍ଥ ହସ୍ପିଟାଲକୁ ପହଞ୍ଚାଇ ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ।

publive-image Sambad

ଏହା ଛଡା ଆଗାମୀ ଦିନରେ ଜିଲାର ସବୁଠୁ ବେଶୀ ଦୁର୍ଗମ ଅଞ୍ଚଳ ରହୁଥିବା ଶିମିଳିପାଳ ମଧ୍ୟରେ ଲୋକଙ୍କ ପାଇଁ ବାଇକ ମୋବାଇଲ ଆମ୍ବଲାନ୍ସର ବ୍ୟବସ୍ଥା ଖୁବଶୀଘ୍ର ହେବା ପାଇଁ ପ୍ରଚେଷ୍ଟା କାର୍ଯ୍ୟକାରୀ ଜାରି ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କ ସହିତ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମସିଂହ ଖୁଣ୍ଟିଆ, ସାରସକଣା ବିଧାୟକ ଡଃ. ବୁଢ଼ାନ ମୁର୍ମୁ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ବିଶ୍ଵସେବା ଟ୍ରଷ୍ଟର ମୁଖ୍ୟ ସ୍ଵାମାରୂପ କୁମାର, ରାଷ୍ଟ୍ରୀୟ ସୁରକ୍ଷା ବାହିନୀର ନିର୍ଦ୍ଦେଶକ ସଞ୍ଜୀବ ମହାନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ବରୁଣ ଦେ, ବରିଷ୍ଠ ନେତା ବିକାଶ ମହାନ୍ତ, ବାପି ଦାସ, ମହିଳା ମୋର୍ଚ୍ଚାର ଜିଲ୍ଲା ସଭାପତି ବିଜୟ ଲକ୍ଷ୍ମୀ ମହାନ୍ତ, ଯୁବ ମୋର୍ଚ୍ଚାର ଆଲୋକ ରଞ୍ଜନ ମହାନ୍ତ, ଶଶାଙ୍କ କୁମାର ପ୍ରମୁଖଙ୍କ ସମେତ ବହୁ ବିଜେପିର କର୍ମକର୍ତ୍ତା ପ୍ରମୁଖଙ୍କ ସମେତ ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ପି.କେ ସାହୁ, ହସ୍ପିଟାଲ ମ୍ୟାନେଜର ଲିପ୍ସା ରାଜ୍ ନନ୍ଦିନୀ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe