୨୪୨୪ ପ୍ୟାରିସ ଅଲିମ୍ପିକ୍ସ ଖେଳିବେ ସୁନ୍ଦରଗଡ଼ର ଅମିତ; ଭାରତୀୟ ହକି ଦଳରେ ପାଇଲେ ସ୍ଥାନ 

୨୪୨୪ ପ୍ୟାରିସ ଅଲିମ୍ପିକ୍ସ ଖେଳିବେ ସୁନ୍ଦରଗଡ଼ର ଅମିତ; ଭାରତୀୟ ହକି ଦଳରେ ପାଇଲେ ସ୍ଥାନ 

ସୁନ୍ଦରଗଡ଼: ୨୦୨୪ ପ୍ଯାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରୁ ପୁଣିଥରେ ନିଜ ଯାଦୁ ଦେଖାଇବେ ସୁନ୍ଦରଗଡ଼ର ସୁନା ପୁଅ ଅମିତ ରୋହିଦାସ। ଅଲିମ୍ପିକ୍ସ ପାଇଁ ହରମନପ୍ରୀତଙ୍କ ଅଧିନାୟକତ୍ବରେ ଘୋଷିତ ଭାରତୀୟ ହକି ଦଳର ୧୬ ଜଣିଆ ଦଳରେ ସେ ଜଣେ ମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ଯାହା ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶାର ହକି ଖେଳାଳି ଓ ହକିପ୍ରେମୀଙ୍କୁ ଉଲ୍ଲସିତ କରିଛି।

୨୦୨୦ରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ୪୧ ବର୍ଷ ପରେ କାଂସ୍ୟ ପଦକ ହାସଲ କରି ଇତିହାସ ରଚିଥିଲା। ପଦକ ଜିଣି ଅମିତ ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଏଥର ପୁଣି ଅଲିମ୍ପିକ୍ସ ଖେଳିବାକୁ ସୁଯୋଗ ମିଳିଥିବାରୁ ନିଜ ପ୍ରତିକ୍ରିୟାରେ ଖୁସି ବ୍ୟକ୍ତ କରିଛନ୍ତି।

ପ୍ୟାରିସରେ ତାଠାରୁ ଅଧିକ ଚମକ ଦେଖାଇବାକୁ ସମସ୍ତ ଖେଳାଳି ଦୃଢ଼ ସଂକଳ୍ପ ନେଇଥିବା କହିଛନ୍ତି ସେ। ତେବେ ପ୍ରତିଟି ମ୍ଯାଚକୁ ନିଷ୍ଠାର ସହ ଖେଳି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଦଳ ରଣନୀତି ପ୍ରସ୍ତୁତ କରିଥିବା ଅମିତ ପ୍ରକାଶ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ସଉନାମରା ଗାଁର ଏକ ଗରିବ ପରିବାରର ୩୧ ବର୍ଷିୟ ଅମିତ ଓଡ଼ିଶାର ଏକମାତ୍ର ଅଣଆଦିବାସୀ ଖେଳାଳି ଭାବେ ୨୦୧୩ରୁ ଭାରତୀୟ ଦଳରେ ରକ୍ଷଣ ଭାଗ ଖେଳାଳି ରୂପେ ଖେଳି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe