ପୁରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା: ଦଳୀୟ ପ୍ରାର୍ଥୀଙ୍କ ସହ ମିଶି କଲେ ବିଶାଳ ରୋଡ ସୋ’

ପୁରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା: ଦଳୀୟ ପ୍ରାର୍ଥୀଙ୍କ ସହ ମିଶି କଲେ ବିଶାଳ ରୋଡ ସୋ’

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶାଗସ୍ତରେ ଆସିଛନ୍ତି। ମଙ୍ଗଳବାର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଲାଗି ଅମିତ ଶାହା ପୁରୀରେ ପହଞ୍ଚିଥିଲେ। ପୁରୀରେ ପହଞ୍ଚିବା ପରେ ଶାହା ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ଏହା ପରେ ବିଜେପି ଏକ ବିଶାଳ ରୋଡ଼ ସୋ’ କରି କରି ଜଗନ୍ନାଥ ଧାମରେ ଶକ୍ତି ପ୍ରଦର୍ଶନ କରିଛି ।

publive-image

ଏହି ରାଲିରେ ପୁରୀର ବିଜେପି ସମର୍ଥକମାନଙ୍କ ସହ ଏକ ଖୋଲା ରୋଡ ସୋ’ କରିଛନ୍ତି ଅମିତ ଶାହା। ଏଥିରେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଛନ୍ତି । ବିଜେପି ଷ୍ଟାର ପ୍ରଚାରକ ଅମିତ ଶାହା ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି ।

ଆସନ୍ତା ୨୩ ତାରିଖରେ ରାଜ୍ୟରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ତେବେ ଶାସକ ବିଜେଡିର ଗଡ଼ କୁହାଯାଉଥିବା ପୁରୀକୁ ଦଖଲ କରିବା ପାଇଁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଙ୍ଗ ଧରାଇ ହେଭିୱେଟମାନେ ପ୍ରଚାର କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe