ଜିଲ୍ଲାର ଅମଲାଙ୍କ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ

Advertisment
ଜିଲ୍ଲାର ଅମଲାଙ୍କ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ

ଖୋର୍ଦ୍ଧା: ନିଯୁକ୍ତି ଯୋଗ୍ୟତାକୁ ବୃଦ୍ଧି କରିଥିଲେ ମଧ୍ୟ କ୍ୟାଡର ଓ ବେତନ ବୃଦ୍ଧି କରିନଥିବା ଓ ଏନେଇ ଜିଲ୍ଲାସ୍ତରୀୟ ଅମଲାଙ୍କ ଦାବିକୁ ସରକାର ଶୁଣୁନଥିବା ପ୍ରତିବାଦରେ ଆଜି ଠାରୁ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଅମଲାମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ଆଜି ଜିଲ୍ଲାର ବିଚାରବିଭାଗୀୟ କାର୍ଯ୍ୟାଳୟ ବ୍ୟତୀତ ଜିଲ୍ଲାପାଳ କାର୍ଯ୍ୟାଳୟ, ଅନୁନିବନ୍ଧକଙ୍କ କାର୍ଯ୍ୟାଳୟ, ଟ୍ରେଜେରୀ, ଶିକ୍ଷା ବିଭାଗ, ଜଳସେଚନ, କ୍ଷୁଦ୍ର ଜଳସେଚନ ଆଦି ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅମଲାମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିଲେ । ଗତକାଲି ସମ୍ବାଦିକ ସମ୍ମିଳନରେ ମିଳିତ ଅମଲା ମଂଚ ପକ୍ଷରୁ ପ୍ରତିବାଦ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଥିଲା ଯେ ଜୁନ୍ ୧ ତାରିଖ ଯାଏଁ ଏଭଳି କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇବେ । ଏଥିରେ ସରକାର ସେମାନଙ୍କ ଦାବି ନଶୁଣିଲେ ଜୁନ୍ ୧ ତାରିଖ ଠାରୁ ସମୂହ ଛୁଟିରେ ଯିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe