ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ, ଆଜିଠାରୁ ସମୂହ ଛୁଟିରେ ଗଲେ ଅମଲା ସଂଘର କର୍ମକର୍ତ୍ତା

Advertisment
ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ, ଆଜିଠାରୁ ସମୂହ ଛୁଟିରେ ଗଲେ ଅମଲା ସଂଘର କର୍ମକର୍ତ୍ତା

Sambad

ରାୟଗଡା: ଅମଲା ସଂଘର ସମସ୍ତ କର୍ମକର୍ତ୍ତା ଗୁରୁବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି। ଦୀର୍ଘ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଅମଲା ମାନଙ୍କର ଏକ ମାତ୍ର ଦାବି ଗ୍ରେଡ ପେ ୪୨୦୦କୁ ସରକାର ବଢାଇ ନହାନ୍ତି। ଜିଲ୍ଲାର ସମସ୍ତ ବିଭାଗରେ କାର୍ଯ୍ୟରତ ଅମଲା ମାନେ ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପୁଣି ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଏଥିରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ୨୨ ତାରିଖରୁ କଳାବ୍ୟାଜ ପରିଧାନ କରିଥିଲେ। ଜୁନ ୧ ତାରିଖରୁ ଦାବି ପୁରଣ ନ ହେଲେ ସମୂହ ଛୁଟିରେ ଯିବେ ବୋଲି ପୂର୍ବରୁ ନିଜ ନିଜ କାର୍ଯ୍ୟାଳୟର ଅଧିକାରୀଙ୍କୁ ଛୁଟି ଦରଖାସ୍ତ ପ୍ରଦାନ କରିଥିଲେ।

ଅମଲା ସଂଘର କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ୪୨୦୦କୁ ବର୍ଦ୍ଧିତ କରାଯାଉ। ଗତ ୨୦୧୭ ମସିହାରେ ସରକାର ଏନେଇ ଏକ ପରିବର୍ତ୍ତନ କରିଥିଲେ। କିନ୍ତୁ ୬ ବର୍ଷ ହେଲା ଅମଲାଙ୍କର ଗ୍ରେଡ ପେ ୧୯୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବର୍ଦ୍ଧିତ କରାଗଲା ନାହିଁ। ରାଜ୍ୟ ସଂଘ ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ଜିଲ୍ଲା ସଂଘ ଏନେଇ ଦାବି କରି ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରାଯାଇଥିଲା। ଏନେଇ ଆଜି ଜିଲ୍ଲା ଅମଲା ସଂଘ ପକ୍ଷରୁ ସ୍ଥାନୀୟ ଅମଲା ସଂଘର ସଭାଗୃହରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ମିଳିତ ଅମଲା ସଂଘ ମଞ୍ଚର ଆବାହକ ଚିତ୍ତରଞ୍ଜନ ମହାପାତ୍ର, ଅଧ୍ୟକ୍ଷ ଅରୁଣ କୁମାର ପାଢୀ, ସଦସ୍ୟା ସାମଲା ପ୍ରଭା ପ୍ରମୁଖ ମଞ୍ଚାସୀନ ଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe