ଜିଲ୍ଲା ସଂସ୍କୃତି ବିଭାଗକୁ ହସ୍ତାନ୍ତର ହେଲା ଅମୃତ କଳସ

ଜିଲ୍ଲା ସଂସ୍କୃତି ବିଭାଗକୁ ହସ୍ତାନ୍ତର ହେଲା ଅମୃତ କଳସ

ଖୋର୍ଦ୍ଧା: ମୋ ମାଟି ମୋ ଦେଶ ଅଭିଯାନରେ ଇଣ୍ଡୋ-ତିବ୍ଦତିଆନ୍‌ ବୋର୍ଡର ପୁଲିସ ଫୋର୍ସ (ଆଇଟିବିପି)ର ତରତୁଆ ଠାରେ ଥିବା ୪୧ ତମ ବାହିନୀ ପକ୍ଷରୁ ମାସେ ବ୍ୟାପୀ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗାଁ, ପବିତ୍ର ସ୍ଥଳ, ଦେଶପାଇଁ ପ୍ରାଣବଳୀ ଦେଇଥିବା ଯବାନଙ୍କ ଗାଁରୁ ମାଟି ସଂଗ୍ରହ କରାଯାଇଥିଲା। ଆଜି ସୋମବାର ଏହି ମାଟିକୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯିବା ପରେ ଏହାକୁ ଦିଲ୍ଲୀ ପଠାଇବାକୁ ଜିଲ୍ଲା ସଂସ୍କୃତି ବିଭାଗକୁ ପ୍ରଦାନ କରାଯାଇଛି। ଆଜି ସୋମବାର ପୂର୍ବାହ୍ନରେ ଖୋର୍ଦ୍ଧା ବ୍ଲକ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଟିବିପି-୪୧ ବାଟାଲିଅନର ଯବାନ, ନେହେରୁ ଯୁବକେନ୍ଦ୍ରର ସଦସ୍ୟ ଓ ବ୍ଲକ ସାଂସ୍କୃତିକ ସଂଗଠନର ସଦସ୍ୟମାନେ ଯୋଗ ଦେଇଥିଲେ।

ଯବାନମାନେ ପ୍ରଥମେ ଏହି ଅମୃତ କଳସକୁ ଏବିଡିଓ ରଞ୍ଜନ ସ୍ବାଇଁଙ୍କୁ ପ୍ରଦାନ କରିଥିଲେ। ଏହାପରେ ଏହି କଳସକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସଙ୍କୁ ପ୍ରଦାନ କରାଯାଇଥିଲା। ଏନେଇ ସଂସ୍କୃତି ଅଧିକାରୀ ଶ୍ରୀଦାସ କହିଛନ୍ତି ଯେ ନିୟମାନୁସାରେ ସଂଗୃହୀତ ମାଟିକୁ ପ୍ରଥମେ ବ୍ଲକ ପ୍ରଶାସନକୁ ଆଜି ପ୍ରଦାନ କରାଯାଇଥିଲ। ‌ପରେ ଏହାକୁ ସଂସ୍କୃତି ବିଭାଗକୁ ଏହି କଳସ ପ୍ରଦାନ କରାଯାଇଛି। ଏହାକୁ ସ୍ବତନ୍ତ୍ର ବ୍ୟବସ୍ଥାରେ ନୂଆ ଦିଲ୍ଲୀ ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe