ସୁନ୍ଦରଗଡ଼: ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ଗିରଫ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ୧୪ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ହାଜର କରାଯିବା ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମାଝୀଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ନାବାଳିକାଙ୍କୁ କ୍ରମାଗତ ଦୁଷ୍କର୍ମ ଓ ପରେ ସେ ଗର୍ଭବତୀ ହେବା ପରେ ତାଙ୍କ ଗର୍ଭପାତ କରାଇବା ମାମଲାରେ ସଂପୃକ୍ତିର ପ୍ରମାଣ ମିଳିବା ପରେ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରି ଅଦାଲତରେ ହାଜର କରାଇଥିଲା।
ସୂଚନାଯୋଗ୍ୟ, ଅନୁଗୋଳ ହଣ୍ଡପା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଆନନ୍ଦ ମାଝୀଙ୍କୁ ଗିରଫ କରାଯାଇଥିଲା। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଆନନ୍ଦ ମାଝୀଙ୍କୁ ପ୍ରଥମେ ନିଲମ୍ବିତ କରିବା ସହ ଚାକିରିରୁ ବରଖାସ୍ତ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାରେ ଆନନ୍ଦ ମାଝୀ, ବୀରମିତ୍ରପୁର ସିଏଚ୍ସିର ଡାକ୍ତର, ଅନ୍ୟ ଜଣେ ପୁଲିସ କର୍ମଚାରୀ, ପୀଡିତାଙ୍କ ଦୁଇ ପୁରୁଷ ବନ୍ଧୁ, ସାବତ ବାପାଙ୍କ ନାଁରେ ମାମଲା ରୁଜୁ ହୋଇଛି ବୋଲି ସୂଚନା ରହିଛି।
/sambad/media/post_attachments/3db3aaa5d5a7b418b775a03118cb12a804ed0759b59d2ebf74350362e0a7243a.jpg)
ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଥାନା ଅଧିକାରୀ ଆନନ୍ଦ ମାଝୀଙ୍କୁ ଜୁଲାଇ ପହିଲାରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସିଡବ୍ଲୁସିର ରିପୋର୍ଟ ଅନୁସାରେ, ନାବାଳିକା ଜଣଙ୍କୁ କ୍ରମାଗତ ଦୁଷ୍କର୍ମ ପରେ ସେ ଗର୍ଭବତୀ ଥିବା ବେଳେ ପୂବର୍ତନ ଥାନାଧିକାରୀ ମାଝୀଙ୍କ ନିର୍ଦ୍ଦେଶରେ ଗର୍ଭପାତ କରାଯାଇଥିଲା । ଗତ ୨୨ ତାରିଖରେ ଏଭଳି ଘଟଣା ଜଣାପଡିଥିଲା । ନାବାଳିକା ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଗର୍ଭପାତ କରାଯାଇଥିଲା । ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଆଉ ଚିକିତ୍ସା ସମୟରେ ହିଁ ସତ ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ପୁଲିସ୍ ମହାନିର୍ଦେଶକ ଅଭୟ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ | ଆଉ ପ୍ରଥମେ ନିଲମ୍ବନ ପରେ ଆଜି ଶ୍ରୀ ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।
ଏ ପଟେ ଏହି ଘଟଣାକୁ ନେଇ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଅନ୍ୟ ସମସ୍ତେ ଅଭିଯୁକ୍ତଙ୍କୁ ଆସନ୍ତା ୫ ତାରିଖ ସୁଦ୍ଧା ଗିରଫ ନ କଲେ ବୀରମିତ୍ରପୁର ସହର ବନ୍ଦ ସହ ବ୍ୟାପକ ଜନଆନ୍ଦୋଳନ ଚେତାବନୀ ଦେଇଥିବା ବେଳେ ମାଝୀଙ୍କୁ ଗିରଫ କରାଯିବା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଜେଲ ପଠାଇଯାଇଛି।
Follow Us