ସହିଦଙ୍କ ଉଦ୍ଦେଶ୍ୟରେ ୧୪ରୁ ୧୬ ତାରିଖ ମାଗଣା ଅଟୋ ସେବା ଯୋଗାଇବେ ଆନନ୍ଦପୁରର ଏହି ଯୁବକ

ସହିଦଙ୍କ ଉଦ୍ଦେଶ୍ୟରେ ୧୪ରୁ ୧୬ ତାରିଖ ମାଗଣା ଅଟୋ ସେବା ଯୋଗାଇବେ ଆନନ୍ଦପୁରର ଏହି ଯୁବକ

ଆନନ୍ଦପୁର: ଜମ୍ମୁ କଶ୍ମୀରର ପୁଲୱାମା ୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଆନନ୍ଦପୁରର ଅଟୋ ଚାଳକ ନରେନ୍ଦ୍ର କୁମାର ଜେନା ମାଗଣାରେ ଯାତ୍ରୀସେବା ଯୋଗାଇ ଦେବାପାଇଁ ସ୍ଥିର କରିଛନ୍ତି। ସେ ଆସନ୍ତା ୧୪ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଆନନ୍ଦପୁର ପୌରାଞ୍ଚଳ ମଧ୍ୟରେ ସମସ୍ତ ଯାତ୍ରୀଙ୍କୁ ମାଗଣାରେ ସେବା ଦେବାପାଇଁ ପ୍ରକାଶ କରିଛନ୍ତି। ଆଜି ନରେନ୍ଦ୍ର ଘସିପୁରା ଝାଡ଼େଶ୍ବର ମନ୍ଦିର ଆସି ପୂଜାର୍ଚ୍ଚନା କରିବା ସହ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ନରେନ୍ଦ୍ର ଦୁଇବର୍ଷ ହେଲା ଏଭଳି କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏଥିରେ ଓଡ଼ିଶାରୁ ୨ ଜଣ ଯବାନ ଥିଲେ। ଘଟଣା ଦିନ ସେମାନେ ନିଜର କ୍ୟାମ୍ପକୁ ଫେରୁଥିବା ଆତଙ୍କବାଦୀମାନେ କାର ବୋମା ବିିସ୍ଫୋରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe