ବାଞ୍ଜିପଦରରେ ଅନର କିଲିଂ ଘଟଣା: ପ୍ରେମିକାର ବାପା, କାକା ଓ ଭିଣୋଇ ଗିରଫ

Advertisment
ବାଞ୍ଜିପଦରରେ ଅନର କିଲିଂ ଘଟଣା: ପ୍ରେମିକାର ବାପା, କାକା ଓ ଭିଣୋଇ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ବାଞ୍ଜିପଦର ଗାଁରେ ପ୍ରେମୀଯୁଗଳଙ୍କୁ ହତ୍ୟା ଘଟଣାରେ ଆଜି ପୁଲିସ୍‌ ପ୍ରେମିକାର ବାପା, କାକା ଓ ଭିଣୋଇଙ୍କୁ ଗିରଫ କରିଥିବା ଏସ୍‌ପି ଅଭିଳାଷ ଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଧର୍ମଗଡ଼ ଥାନା ଡୁମେରଗୁଡ଼ା ପଞ୍ଚାୟତ ବାଞ୍ଜିପଦର ଗ୍ରାମର ନାବାଳକ ସୁନୀଲ ପଟେଲ ଓ ନାବାଳିକା ଜେମାମଣି ପଟେଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ସମ୍ପର୍କରେ କାକା ଓ ଝିଆରୀ ହୋଇଥିବାରୁ ଝିଅ ଘର ପକ୍ଷରୁ ବିରୋଧ କରାଯାଇଥିଲା। ପରେ ଗତ ଜୁନ ୩୦ ତାରିଖ ଉଭୟ ଘରୁ ଫେରାର ହୋଇ ଗତାଗୁଡ଼ାର ଏକ ଆଖୁ କିଆରିରେ ଲୁଚିଥିଲେ। ନାବାଳିକା ଜେମାମଣିଙ୍କ ବାପା କନେଶ୍ୱର ପଟେଲ କୌଣସି ସୂତ୍ରରୁ ଖବରପାଇ ସେଠାକୁ ଯାଇଥିଲେ। ପରେ ନାବାଳିକାର କାକା ଦେବାନନ୍ଦ ପଟେଲ ଓ ଭିଣୋଇ ଠଣ ସୁନ୍ଦର ନାଏକ ସେଠାକୁ ଯାଇ ପ୍ରେମୀଯୁଗଳଙ୍କୁ ଠାବ କରି ତଣ୍ଟି ଚିପି ହତ୍ୟା କରିଥିଲେ।

ଏଥିସହ ଶ୍ମଶାନରେ କପଡ଼ାରେ ଏକ ଗଛରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ। ପରେ ପରିବାର ପକ୍ଷରୁ ପ୍ରେମିକାର ବାପା ଥାନାରେ ଗତ ଜୁଲାଇ ୨ ତାରିଖ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ଧର୍ମଗଡ଼ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପରେ ଗତ ୯ ତାରିଖ ପ୍ରେମୀଯୁଗଳଙ୍କ ଗଳିତ ଶବ ପୁଲିସ୍‌ ଉଦ୍ଧାର କରିଥିଲା। ପ୍ରେମିକର ବାପା ହତ୍ୟା କରାଯାଇଥିବା ଅଭିଯୋଗ ପରେ ପୁଲିସ ଏନେଇ ଖୋଳତାଡ଼ ଆରମ୍ଭ କରିଥିଲା। ଘଟଣା ବିଷୟରେ ପୁଲିସ୍ ଜାଣିବା ପରେ ବୁଧବାର ଝିଅର ବାପା, କାକା ଓ  ଭିଣୋଇକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe