ଆନ୍ଧ୍ର ସରକାରଙ୍କ ମିଶନ କୋଟିଆ : ସୀମାନ୍ତରେ ତେଲଗୁ ଭାଷାରେ ମାରିଲେ ବୋର୍ଡ 

Advertisment
ଆନ୍ଧ୍ର ସରକାରଙ୍କ ମିଶନ କୋଟିଆ : ସୀମାନ୍ତରେ ତେଲଗୁ ଭାଷାରେ ମାରିଲେ ବୋର୍ଡ 

କୋରାପୁଟ : ଯାହା ମାସେ ତଳେ କହିଥିଲେ ତାହାକୁ କରି ଦେଖାଇଛନ୍ତି ଆନ୍ଧ୍ର ସରକାର।  କୋରାପୁଟ ଜିଲ୍ଲା ‘ଗୁଲାବ’ ବାତ୍ୟା ସହ ଯୁଝୁଥିବାବେଳେ ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ଅନୁପ୍ରବେଶ କରି ତେଲୁଗୁ ଭାଷାରେ ଫଳକ ମାରିଛି ଆନ୍ଧ୍ର ପ୍ରଶାସନ। ଯେଉଁ ସମୟରେ ଗୁଲାବ ବାତ୍ୟାକୁ ନେଇ କୋରାପୁଟ ପ୍ରଶାସନ ସାଧାରଣ ଜୀବନଯାତ୍ରାକୁ ସ୍ବାଭାବିକ କରିବାକୁ ଲାଗି ପଡିଛି ସେହି ସମୟରେ ସୁଯୋଗ ନେଇ ଫଳକ ପୋତିଛି ଆନ୍ଧ୍ର  ପ୍ରଶାସନ। କୋଟିଆ ପଞ୍ଚାୟତର ଫଗୁଣସିନେରୀ, ଫାଟୁସିନେରୀରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଛି।

ପୂର୍ବରୁ ଅଗଷ୍ଟ ୧୫ ଦିନ କୋଟିଆର ୨୨ଟି ଗାଁରେ ତେଲଗୁ ଭାଷାରେ ଫଳକ ମାରିବାକୁ ଯୋଜନା କରିଥିଲା। ଏହାକୁ ନେଇ କୋରାପୁଟ ଜିଲ୍ଳା ପ୍ରଶାସନ ପକ୍ଷରୁ ୭୫ ତମ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। କୋରାପୁଟ ଜିଲ୍ଲାର ବିଭିନ୍ନ ନେତୃବୃନ୍ଦ ପହଞ୍ଚି ଏହାକୁ ବିରୋଧ କରିବା ପରେ ଚୁପ ବସିଥିଲା ଆନ୍ଧ୍ର। ଆଜି ବାତ୍ୟା ସହ ଜିଲ୍ଲା ଜୁଝୁଥିବାବେଳେ ଏହାର ସୁଯୋଗ ନେଇଛି ଆନ୍ଧ୍ର। ମାଡାକାର ବବ୍ରିଜ ଉପରେ ବନ୍ୟା ଜଳ ପ୍ରଭାବିତ ହୋଉଥିବାରୁ ଓଡ଼ିଶା ପଟୁ ଏହି ଅଞ୍ଚଳକୁ ଯିବା ସମ୍ଭବ ନ ଥିବାବେଳେ ସୁଳିଆମାରି ବ୍ରିଜ ଉପରେ ପାଣି ଚାଲୁଥିବାରୁ ସେପଟୁ ମଧ୍ୟ ଏହି ଅଞ୍ଚଳକୁ ପହଞ୍ଚିବା ସମ୍ଭବ ହୋଇପାରୁନି। ଏହାର ସୁଯୋଗ ନେଇ ଆନ୍ଧ୍ର ଅନୁପ୍ରବେଶ କରି ଏପରି କାଣ୍ଡ ଭିଆଇଛି।

‘କୋଟିଆ’କୁ କବ୍‌ଜା କରିବା ପାଇଁ ଦୁଇ ରାଜ୍ୟ ମଧୢରେ ଅର୍ଦ୍ଧ ଶତାବ୍ଦୀ ହେଲା ଲାଗି ରହିଛି ବିବାଦ। ଆଉ ବିବାଦରେ ସାଂଘାତିକ ଭାବେ ଫସି ଯାଇଛନ୍ତି କୋଟିଆ ଗ୍ରାମପୁଞ୍ଜର ୮ହଜାର ଲୋକ। ସେମାନେ ଓଡ଼ିଶାର ହୋଇ ପାରୁ ନାହାନ୍ତି କି ଆନ୍ଧ୍ରକୁ ନିଜର କରି ପାରୁ ନାହାନ୍ତି। ଏପଟେ ଦୁଇ ରାଜ୍ୟ ଆଇନଗତ ଯୁଦ୍ଧରେ ଲାଗିଥିଲେ ମଧ୍ୟ କୋଟିଆକୁ ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବାକୁ ଗୁରୁତ୍ବ ଦେଇ ଚାଲିଛନ୍ତି। ଡାକ୍ତରଖାନା, ଥାନା, ରାସ୍ଥାଘାଟ ଓ ହାଇଲେବୁଲ ବ୍ରିଜ କରାଇଥିବାବେଳେ ହେଲିପ୍ୟାଡ କରାଇବାକୁ ଚଳାଇଛି ପ୍ରସ୍ତୁତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe