କଳିଙ୍ଗା ଘାଟୀରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଚାଳକ-ହେଲପର ସୁରକ୍ଷିତ

କଳିଙ୍ଗା ଘାଟୀରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଚାଳକ-ହେଲପର ସୁରକ୍ଷିତ

ଘୁ.ଉଦୟଗିର: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ରବିବାର ଏକ ମକା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଆନ୍ଧ୍ରପ୍ରଦେଶର ଏହି ଟ୍ରକର ଚାଳକ ଏବଂ ହେଲପର ଅଳ୍ପକେ ବଞ୍ଚି ଯାଇଛନ୍ତି। ଏକ ମକା ବୋଝେଇ ଟ୍ରକ (ଏପି ୦୫ଟିଡି ୬୩୮୮) କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଆଜି ଭୋରରେ କଳିଙ୍ଗା ଘାଟିରୁ ଗଡୁଥିବା ବେଳେ ଦ୍ରୁତ ଗତି ଯୋଗୁଁ ଏକ ବୁଲାଣିରେ ଭାରସାମ୍ୟ ହରାଇଥିଲା। ଟ୍ରକ ଟି ବାମପଟ ସୁରକ୍ଷା ପାଚେରୀକୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଥିଲା।

publive-image

ଭାଗ୍ୟବସତଃ ଟ୍ରକ ଚାଳକ ଏବଂ ହେଲପର ଉପସ୍ଥିତ ବୁଦ୍ଧି ଖଟେଇ ବଂଚି ଯାଇଛନ୍ତି। ଖବର ପାଇ ସ୍ଥାନୀୟ ଥାନା ଆଇଆଇସି ଧିରାଜ ଲେଙ୍କା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଟ୍ରକ ସେମିତି ପଡ଼ି ରହିଛି। ଦୁର୍ଘଟଣା ସଂପର୍କରେ ଟ୍ରକର ମାଲିକ ଅବଗତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ମାଲିକ କ୍ରେନ୍‌ ନେଇ ପହଂଚିବା ପରେ ଟ୍ରକକୁ ଉଠାଯିବ। ଉଭୟ ଚାଳକ ଓ ହେଲପର ଗାଡ଼ିକୁ ଜଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe