ସର୍ପାଘାତରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ

Advertisment
ସର୍ପାଘାତରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ

Sambad

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାସ୍ଥିତ ବିଶୋଇ ବ୍ଲକ ଅଞ୍ଚଳର ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ଅଙ୍ଗନବାଡ଼ି ଦିଦି ଜଣକ ହେଲେ ବାଙ୍କୀ ଛକ ନିକଟସ୍ଥ ଗ୍ରାମର ସାଲଗେ ସୋରେନ୍(୩୨)। ସୂଚନା ଅନୁଯାୟୀ, ସାଲଗେ ଗତ ସୋମବାର ରାତିରେ ନିଜ ଘରେ ଶୋଇଥିବା ଅବସ୍ଥାରେ ତାଙ୍କ ଶୋଇବା ବିିିିିଛଣ। ତକିଆ ତଳେ ଥିବା ଏକ ବିଷଧର ପାହାଡ଼ିଆ ଚିତି ସାପ ସାଲଗେଙ୍କ ହାତ ପାପୁଲିରେ ଦଂଶନ କରିଥିଲା ଫଳରେ ସାଲେଗେ ଶୋଇବା ଅବସ୍ଥାରେ ହଠାତ୍ ଚିତ୍କାର କରି ଉଠିଥିଲେ। ଚିତ୍କାର ଶୁଣି ତାଙ୍କ ସ୍ଵାମୀ ଜିତେନ୍ଦ୍ର ନାଥ ସୋରେନ୍ ଉଠି ପଡ଼ି ଦେଖିଲା ବେଳକୁ ସାପକୁ ଦେଖି ପାରିଥିଲେ। ଏ ବିଷୟରେ ତାଙ୍କ ସ୍ଵାମୀ ଜାଣିଲା ପରେ ପରିବାର ଲୋକଙ୍କ ସହିତ ଝାଡଫୁଙ୍କ କରିଥିଲେ ଓ ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ନେଇ ବିଶୋଇ ଥାନାରେ କେସ ନମ୍ବର ୨୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଶରୀରକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିିଛି। ଲୁହାକାନୀ ପଞ୍ଚାୟତ ସ୍ଥିତ କରନଜେଇ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଥିଲେ। ଅଙ୍ଗନବାଡ଼ି କର୍ମୀ ଭାବରେ ଅଞ୍ଚଳରେ ଜଣାଶୁଣା ଥିଲେ। ଆଜି ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଶୋଇ ବ୍ଲକର ସମନ୍ଵିତ ଶିଶୁ ବିକାଶ ଅଧିକାରିଣୀ ଶୋକ ସନ୍ତୋପ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସେହିପରି ବିଶୋଇ ବ୍ଲକ ଅଙ୍ଗନବାଡ଼ି କର୍ମୀ ସଂଘର ସମସ୍ତ କର୍ମକର୍ତ୍ତା ମାନେ ତାଙ୍କର ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe