ପଦୋନ୍ନତିରେ ଚଞ୍ଚକତା ଅଭିଯୋଗ, ଅନଶନରେ ବସିଲେ ଅଙ୍ଗନବାଡ଼ି କର୍ମୀ

Advertisment
ପଦୋନ୍ନତିରେ ଚଞ୍ଚକତା ଅଭିଯୋଗ, ଅନଶନରେ ବସିଲେ ଅଙ୍ଗନବାଡ଼ି କର୍ମୀ

Sambad

ମାଲକାନଗିରି: ପଦନ୍ନୋତିରେ ପାତର ଅନ୍ତର ନୀତି ଯୋଗୁଁ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କୁ ପଦୋନ୍ନତି ନ ମିଳିବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହି ଅଙ୍ଗନବାଡି କର୍ମୀ ଜଣକ ହେଲେ ପୁଷ୍ପାଞ୍ଜଳୀ ସାମନ୍ତରାୟ। ମାଲକାନଗିରି ଜିଲ୍ଲା ପଡିଆ ଗ୍ରାମର ମୋଟୁମଗୁଡା ଅଙ୍ଗନବାଡ଼ି କର୍ମୀ ଭାବେ ଦୀର୍ଘ ୩୨ ବର୍ଷ ଚାକିରୀ କରି ଆସୁଥିବା ବେଳେ ଗତ ୨୦୨୦ ମାସରେ ଗ୍ରେଡେସନ ଲିଷ୍ଟ ପ୍ରକାଶ ପାଇଥିଲା। ସେହି ଲିଷ୍ଟରେ ପୁଷ୍ପାଞ୍ଜଳୀଙ୍କ ନାମ ୨ ନମ୍ବରରେ ଥିଲାବେଳେ ତାଙ୍କୁ ପଦୋନ୍ନତି ମିଳି ନଥିଲା। ପୁନଶ୍ଚ ୨୦୨୧ରେ ପଦୋନ୍ନତି ପାଇ ଗ୍ରେଡେସନ ଲିଷ୍ଟ ପ୍ରକାଶ ପାଇଥିବା ବେଳେ ପୁଷ୍ପାଞ୍ଜଳୀଙ୍କ ନାମ ୧ ନମ୍ବରରେ ରହି ଥିଲା। କିନ୍ତୁ ଗ୍ରେଡେସନ ଲିଷ୍ଟର ୧୮ ନଂରେ ଥିବା ପ୍ରାର୍ଥିନୀଙ୍କୁ ଚଞ୍ଚକତା କରାଯାଇ ତାଙ୍କୁ ସୁପରଭାଇଜର ଭାବେ ପଦୋନ୍ନତି କରାଯାଇଛି।

ପୁଷ୍ପାଞ୍ଜଳୀ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲା ସମାଜ ମଙ୍ଗଳର ଜଣେ କିରାଣୀ ୨ ଲକ୍ଷ ଟଙ୍କା ଲାଞ୍ଚ ପଦନ୍ନୋତି ପାଇଁ ମାଗିଥିଲେ। ସେ ଗରିବ ହେତୁ ଏହି ଲାଞ୍ଚ ଦେବାରେ ସକ୍ଷମ ହୋଇ ନଥିଲେ ବୋଲି କହିଛନ୍ତି। ଏଣୁ ପଦନ୍ନୋତି ପାଇଁ ସେ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ପଦୋନ୍ନତି ଦିଆଯାଉ ନାହିଁ। ଯେତେଦିନ ପର୍ଯ୍ୟନ୍ତ ତାଙ୍କୁ ଏହି ସୁପରଭାଇଜର ପଦବୀ ମିଳିବ ନାହିଁ, ସେତେ ଦିନ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିବେ ଏବଂ ଶେଷରେ ଆତ୍ମାହୂତି ଦେବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe