ଅଙ୍ଗନୱାଡ଼ି ଚାଉଳ ହେର୍‌ଫେର୍‌ ଅଭିଯୋଗ: କେନ୍ଦ୍ରକୁ ନଯାଇ ବେସରକାରୀ ଗୋଦାମକୁ ଯାଉଛି ଚାଉଳ

Advertisment
ଅଙ୍ଗନୱାଡ଼ି ଚାଉଳ ହେର୍‌ଫେର୍‌ ଅଭିଯୋଗ: କେନ୍ଦ୍ରକୁ ନଯାଇ ବେସରକାରୀ ଗୋଦାମକୁ ଯାଉଛି ଚାଉଳ

ତୁମୁଡିବନ୍ଧ: ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାର ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଦେଉଛନ୍ତି। କିନ୍ତୁ ଅନେକ ସମୟରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ସହ ସାମଗ୍ରୀ ବାଟମାରଣା ହେଉଥିବା ମଧ୍ୟ ଅଭିଯୋଗ ଆସୁଛି। ଆଜି ଏମିତି ଏକ ଘଟଣା ପୁଣି ଥରେ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ ବାଲିଗୁଡା, ତୁମୁଡିବନ୍ଧ ଓ ରାଇକିଆ ସମେତ ୭ଟି ବ୍ଲକର ଅଙ୍ଗନୱାଡ଼ି କେନ୍ଦ୍ରକୁ ତାରିଣୀ ଏଣ୍ଟରପ୍ରାଇଜ ନାମକ ଏକ ଟ୍ରାନ୍ସପର କମ୍ପାନି ଚାଉଳ ଯୋଗାଇ ଆସୁଛି। ନିୟମାନୁଯାଇ ଅଙ୍ଗନବାଡ଼ି କେନ୍ଦ୍ରକୁ ଦିଆଯାଉଥିବା ଚାଉଳ ଗୋଦାମରୁ ବାହାରି ସିଧାସଳଖ ଅଙ୍ଗନବାଡ଼ି କେନ୍ଦ୍ରରେ ପହଁଚିବା କଥା। କିନ୍ତୁ ଗୋଦାମରୁ ଚାଉଳ ବାହାର କରି ଅନ୍ୟ ଏକ ଘରୋଇ ଗୋଦାମ ଗୃହରେ ଚାଉଳ ରଖାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଡିଲର କ.ନୂଆଗାଁ ଏଫ୍‌ ସିଆଇ ଗୋଦାମରୁ ଚାଉଳ ଆଣି ବାଲିଗୁଡାର ଏକ ଘରୋଇ ଗୋଦାମ ଘରେ ଚାଉଳ ରଖୁଥିବା ଦେଖିବାକୁ ମିଳିଛ। ଯାହା ପରବର୍ତ୍ତୀ ସମୟରେ ବାଟମାରଣା ସହ ଅନୈତିକ କାର୍ଯ୍ୟ ପାଇଁ ସହାୟକ ହୋଇପାରିବା ନେଇ ସନ୍ଦେହ ଦେଖାଦେଇଛି।

ତେବେ ଘଟଣା ସମ୍ପର୍କରେ ଡ୍ରାଇଭର କିଛି ଜଣି ନ ଥିବା କହିଥିବା ବେଳେ, କ୍ରିଷ୍ଣା ଟ୍ରାନ୍ସପୋର୍ଟ କହିଛି କେବଳ ଗୋଦାମରୁ ବାଲିଗୁଡା ଆମେ ଭଡ଼ାରେ ଆଣିଛୁ। ଆମର ଆଉ କିଛି ଦାଇତ୍ୱ ନାହିଁ, କିନ୍ତୁ ଗୋଦାମରୁ ବାହାରିବା ସମୟରେ କେଉଁ ଗାଡି ନାଁରେ ଓ କେଉଁ ଆଡ଼େ ଯାଉଛି ତାର ପ୍ରଣାମ କିଛି ମିଳିନାହିଁ।

publive-image

ଏ ସମ୍ପର୍କରେ ବାଲିଗୁଡ଼ା ଉପଖଣ୍ଡ ସମାଜ ସୁରକ୍ଷା ଅଧିକାରୀ ହରିଶ ପ୍ରଧାନ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି। ସେପଟେ ଗୋଦାମରୁ ଚାଉଳ ବାହାରି ସିଧା କେନ୍ଦ୍ରରେ ପହଁଚିବା କଥା କିନ୍ତୁ ଏପରି ଅନ୍ୟ ଗୋଦାମରେ କେମିତି ଗଛିତ ହେଲା ମୁଁ ବୁଝିବି ବୋଲି କହିଛନ୍ତି। କନ୍ଧମାଳ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ମନସ୍ୱନୀ ମିଶ୍ର କହିଛନ୍ତି,ଏ ସମ୍ପର୍କରେ ମୁଁ ତଥ୍ୟ ଯୋଗାଡ଼ କରିବି।

ଯୋଗାଣ ଟ୍ରାନ୍ସପୋର୍ଟ କମ୍ପାନି ଠିକ ଭାବେ ଓ ଠିକ ସମୟରେ ଅଙ୍ଗନଓ୍ଵାଡ଼ି କେନ୍ଦ୍ରକୁ ଚାଉଳ ଦେଉନଥିବା ଓ ଓଜନ କମ ହେଉଥିବା ମଧ୍ୟ ଅଭିଯୋଗ ହୋଇଆସୁଛି। ଏହାର ବିଧିବଧ ତଦନ୍ତ ହେବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe