ଅନୁଗୁଳରୁ ଭୁବନେଶ୍ୱର ଯାଉଥିବା ବସ୍‌ରେ ଛାତ୍ରୀଙ୍କୁ ଅସଦାଚରଣ, ଯାତ୍ରୀଙ୍କଠାରୁ ନିସ୍ତୁକ ମାଡ ଖାଇ କଣ୍ଡକ୍ଟର ଗୁରୁତର

Advertisment
ଅନୁଗୁଳରୁ ଭୁବନେଶ୍ୱର ଯାଉଥିବା ବସ୍‌ରେ ଛାତ୍ରୀଙ୍କୁ ଅସଦାଚରଣ, ଯାତ୍ରୀଙ୍କଠାରୁ ନିସ୍ତୁକ ମାଡ ଖାଇ କଣ୍ଡକ୍ଟର ଗୁରୁତର

ଅନୁଗୁଳ: ଅନୁଗୁଳର କଣିହାଁରେ ଗତକାଲି ବସ୍‌ ଭିତରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା କଣ୍ଟକ୍ଟରକୁ ମହଙ୍ଗା ପଡ଼ିଛି। ଗତ ସୋମବାର ସକାଳେ ତେଲିସିଙ୍ଗା ଗ୍ରାମର ଜଣେ ଛାତ୍ରୀ ଭୁବନେଶ୍ୱର ଅଭିମୁଖେ ନିଶା ବସରେ ଯାତ୍ରା କରୁଥିଲେ । ଏହି ସମୟରେ ବସରେ ଥିବା କଣ୍ଡକ୍ଟର ଜଣଙ୍କ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଚାଲିଥିଲା ବୋଲି ଝିଅଟି ସହଯାତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏହାପରେ ଯାତ୍ରୀ ଉକ୍ତ ବସ୍‌ କଣ୍ଡକ୍ଟରକୁ ନିସ୍ତୁକ ମାଡ ମାରିବା ଆରମ୍ଭ କରି ଦେଇଥିଲେ।

ଛାତ୍ରୀ ଜଣଙ୍କ ଭୁବନେଶ୍ୱରରେ ପହଂଚିବା ପରେ ଘର ଲୋକଙ୍କୁ ଫୋନ କରି ପୂରା ଘଟଣା ସମ୍ପର୍କରେ ଜଣାଇଥିଲେ। ଘର ଲୋକ ଓ ଗ୍ରାମବାସୀ ଏହି ବସ୍‌ର ଆସିବା ବାଟକୁ ରାସ୍ତାରେ ଅପେକ୍ଷା କରି ରହିଥିଲେ। ବସଟି ଏନଟିପିସି ଛକରେ ରହିବାମାତ୍ରେ ବସର କଣ୍ଡକ୍ଟର ଓ ଗ୍ରାମବାସୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା ।ତେବେ କଣ୍ଡକ୍ଟର ଜଣଙ୍କ ଦୋଷ ସ୍ୱୀକାର ନକରିବାରୁ ତାଙ୍କୁ ପ୍ରବଳ ମାଡ ମାରିିଥିଲେ ଲୋକେ । ମାଡ ଖାଇବା ପରେ ସେ ତାଙ୍କ ଦୋଷ ସ୍ୱୀକାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe