ପ୍ରେମିକା ଘର ଲୋକଙ୍କ ଛୁରାମାଡ଼ରେ ଯୁବକ ଗୁରୁତର: କଟକ ବଡ଼ ମେଡିକାଲରେ ଭର୍ତ୍ତି

ପ୍ରେମିକା ଘର ଲୋକଙ୍କ ଛୁରାମାଡ଼ରେ ଯୁବକ ଗୁରୁତର: କଟକ ବଡ଼ ମେଡିକାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜ଼ିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଏକ ଗାଁରେ ଯୁବକଙ୍କୁ ତାଙ୍କ ପ୍ରେମିକା ଘରଲୋକ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ବଡ଼ହୁଲା ଗାଁର ବନମାଳି ଗୋଛାୟତଙ୍କ ପୁଅ ଅଜିତ ଗୋଛାୟତ ଜରପଡ଼ାରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। ସେ ବିବାହିତ ହୋଇଥିବାବେଳେ ଗାଁ ନିକଟସ୍ଥ ଅନ୍ୟ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଯୁବତୀଙ୍କ ନିର୍ବନ୍ଧ ସରିଥିବା ବେଳେ ସେ  ଅଜିତଙ୍କୁ ବିବାହ କରିବାକୁ ଅରାଜି ଥିଲେ।

ଗତକାଲି ରାତିରେ ଅଜିତ କର୍ମସଂସ୍ଥାନକୁ ଯିବାକୁ କହି ଘରୁ ବାହାରି ଆସିଥିଲେ । ଏହି ସମୟରେ ତାଙ୍କ ପାଖକୁ ଯୁବତୀଙ୍କ ଫୋନ ଆସିଥିଲା। ଯୁବତୀଙ୍କ ଫୋନ୍‌ ପାଇ ଅଜିତ ତାଙ୍କ ଗାଁକୁ ଯାଇଥିଲେ । ଅଜିତ ଗାଁକୁ ଯିବା ଜାଣିପାରି ଯୁବତୀଙ୍କ ପରିବାରବର୍ଗ ଅସନ୍ତୋଷ ବ୍ୟକ୍ତ କରିବା ସହ ଉତକ୍ଷିପ୍ତ ହୋଇ ସେଠାରେ ଅଜିତଙ୍କୁ ଛୁରାମାଡ଼ କରିଥିଲେ ।

ଯୁବତୀଙ୍କ ପରିବାର ଲୋକ ଛୁରାମାଡ଼ରେ ଅଜିତ ଗୁରୁତର ଆହତ ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରି ଦେଇଛନ୍ତି। ଏ ଘଟଣା ସମ୍ପର୍କରେ ହଣ୍ଡପା ପୁଲିସ ତଦନ୍ତ କରୁଥିବା ଆହତ ଯୁବକ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe