ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଥିବା କୁନି ଝିଅ ଆନ୍ବିଙ୍କୁ ସମ୍ବର୍ଦ୍ଧନା

Advertisment
ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଥିବା କୁନି ଝିଅ ଆନ୍ବିଙ୍କୁ ସମ୍ବର୍ଦ୍ଧନା

ଜୟପୁର: ଜୟପୁର ବିଞାନ ଇଣ୍ଟରନ୍ୟାସନାଲ ସ୍କୁଲର ଏଲକେଜି ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ତଥା ଦିଗାପୁର ନିବାସୀ ପବନ ପାଢୀ  ଓ ମାନସୀ ପାଢୀଙ୍କ ଚାରିବର୍ଷର କୁନି ଝିଅ ଆନ୍ୱି ପାଢୀ ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛନ୍ତି।

ସେ ମାତ୍ର ୨୦ ମିନିଟ୍ ସମୟ ମଧ୍ୟରେ ୧୦୦ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ଏକ ନୂଆ ରେକର୍ଡ ସୃଷ୍ଟି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ଏହି ଛୋଟ ବୟସରେ ହାସଲ କରିପାରିଥିବା କୃତିତ୍ବ ନିମନ୍ତେ ଓ ତାଙ୍କୁ ଉତ୍ସାହ ପ୍ରଦାନ କରିବା ପାଇଁ   ବିଦ୍ୟାଳୟର ପରିଚାଳନା ସମିତି, ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।   ପରିଚାଳନା ସମିତିର ସଦସ୍ୟ ଜି.ଭେଙ୍କଟ ରାଓ ବିଦ୍ୟାଳୟ ତରଫରୁ ଏକ ଉପହାର ପ୍ରଦାନ କରିଥିଲେ। ଏପରି କୁନି ପ୍ରତିଭା କେବଳ ଜୟପୁର ସହର କିମ୍ବା କୋରାପୁଟଜିଲ୍ଲା ହିଁ ନୁହେଁ ସମଗ୍ର ଦେଶ ପାଇଁ ଗୌରବ ବୋଲି ଶ୍ରୀ ରାଓ ଓ ବିଦ୍ୟାଳୟର ଉପ ଅଧ୍ୟକ୍ଷ  ଦେବାଶିଷ ବ୍ରହ୍ମା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe