ଭିନ୍ନ ଜଣେ ଜଗନ୍ନାଥ ପ୍ରେମୀ, ୭ ବର୍ଷ ହେଲା ରଥ ତିଆରି କରି ପୂଜା କରୁଛନ୍ତି ଅଙ୍କୁର 

Advertisment
ଭିନ୍ନ ଜଣେ ଜଗନ୍ନାଥ ପ୍ରେମୀ, ୭ ବର୍ଷ ହେଲା ରଥ ତିଆରି କରି ପୂଜା କରୁଛନ୍ତି ଅଙ୍କୁର 

ଦେବଗଡ଼: ତାଙ୍କୁ ଯେତେବେଳେ ୮ ବର୍ଷ ବୟସ ସେବେଠାରୁ ସେ ରଥ ତିଆରି କରିବା ଆରମ୍ଭ କରିଥିଲେ। ଖେଳରେ ଖେଳରେ ରଥ ଗଢ଼ୁ ଗଢ଼ୁ ସେ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ତଲ୍ଲୀନ ହୋଇଗଲେ। ପରେ ସେ ପ୍ରତିବର୍ଷ ରଥ ତିଆରି କରୁଛନ୍ତି। ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି ମାଉସୀ ମା’ ଘରକୁ ରଥ ଟାଣୁଛନ୍ତି। ଏମିତି ଜଣେ ନିଆରା ଜଗନ୍ନାଥପ୍ରେମୀ ହେଲେ ଆଙ୍କୁର (୧୫)। ଦେବଗଡ଼ ପୌରାଞ୍ଚଳର ଭିତିରିଆ ସାହିର କ୍ଷେତ୍ରବାସୀ ସ୍ବାଇଁ ଓ ମେନକା ସ୍ବାଇଁଙ୍କ ଦ୍ବିତୀୟ ପୁତ୍ର ଅଙ୍କୁର।

ପଞ୍ଚମ ଶ୍ରେଣୀରେ ପଢୁଥିବା ସମୟରେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତି ଭାବନାରେ ସେ ନିଜକୁ ସମର୍ପିତ କରିଥିଲେ। ସେହି ଦିନଠାରୁ କୁନିରଥ ତିଆରି କରି ରଥଯାତ୍ରା କରିବା ସହିତ ତିନି ଠାକୁରଙ୍କୁ ରଥାଣୂଢ କରାଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି। ସେ ଅକ୍ଷୟ ତୃତୀୟାଠାରୁ ନିଜେ ରଥ ତିଆରି ଆରମ୍ଭ କରିବା ସହ ନେତ୍ରୋତ୍ସବ ମଧ୍ୟରେ ରଥ ତିଆରି କାର୍ଯ୍ୟ ଶେଷ କରିଥାନ୍ତି। ଏପରିକି ପୁରୀ ଶ୍ରୀମନ୍ଦିର ଭଳି ରୀତିନୀତି ଅନୁଯାୟୀ ନେତ୍ରୋତ୍ସବଠାରୁ ଆରମ୍ଭ କରି ରଥଯାତ୍ରା, ସୁନାବେ‌ଶ ଆଦି କରିବାକୁ ଉଦ୍ୟମ କରିଛନ୍ତି।

ବର୍ତ୍ତମାନ ଅଙ୍କୁରଙ୍କ ରଥର ଉଚ୍ଚତା ପ୍ରତି ବର୍ଷ ବଢ଼ାଇ ଚାଲିଛନ୍ତି। ଏହା ସହିତ ରଥ ତିଆରି କରିବାରେ ତାଙ୍କର ପରିବାର ସଂପୂର୍ଣ୍ଣ ସହଯୋଗ କରିଥିବା ଅଙ୍କୁର ପ୍ରକାଶ କରିଛନ୍ତି। ରଥଯାତ୍ରା ଦିନ ତିନି ଠାକୁରଙ୍କୁ ରଥାରୂଢ କରିବା ସହିତ ରଥ ଟାଣି ଅସ୍ଥାୟୀ ଭାବେ ମାଉସୀ ଘର କରି ସେ ତିନି ଠାକୁରଙ୍କୁ ରଖିଥାନ୍ତି। ଏତଦ୍‌ବ୍ୟତୀତ ଅଙ୍କୁର ମାଟିରେ ମୂର୍ତ୍ତି ମଧ୍ୟ ଭଲ ତିଆରି କରନ୍ତି। ରଥଯାତ୍ରା ବ୍ୟତୀତ ନେତ୍ରୋତ୍ସୋବ, ବାହୁଡ଼ା, ଏବଂ ସୁନାବେ‌ଶ ମଧ୍ୟ କରିଥାନ୍ତି। ଏତେ କମ ବୟସରୁ ତାଙ୍କର ଏଭଳି ପ୍ରୟାସ ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ଭାବନାକୁ ନେଇ ସେ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe