୪ର୍ଥ ଦିନରେ ପହଞ୍ଚିଲା ଏଏନଏମ କର୍ମୀଙ୍କ ଧାରଣା: ଆନ୍ଦୋଳନକାରୀଙ୍କୁ ଭେଟିଲେ ଭଞ୍ଜସେନା ସଭାପତି

Advertisment

ତୁରନ୍ତ ପ୍ରାପ୍ୟ ପ୍ରଦାନ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ଭଞ୍ଜସେନା

ତୁରନ୍ତ ପ୍ରାପ୍ୟ ପ୍ରଦାନ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ଭଞ୍ଜସେନା

୪ର୍ଥ ଦିନରେ ପହଞ୍ଚିଲା ଏଏନଏମ କର୍ମୀଙ୍କ ଧାରଣା: ଆନ୍ଦୋଳନକାରୀଙ୍କୁ ଭେଟିଲେ ଭଞ୍ଜସେନା ସଭାପତି

ବାରିପଦା: ଖରା ବର୍ଷାକୁ ଖାତିର ନକରି ପୁନଃନିଯୁକ୍ତି ଦାବିରେ ଚାଲିଥିବା ଏଏନଏମ କର୍ମୀଙ୍କ ଆ‌ନ୍ଦୋଳନ ଆଜି ୪ର୍ଥ ଦିନରେ ପହଞ୍ଚିଛି। ନାନା ସମସ୍ୟା ସତ୍ତ୍ବେ ଶତାଧିକ ଏଏନଏମ କର୍ମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି। ଆଜି ସନ୍ଧ୍ୟାରେ ଆନ୍ଦୋଳନକାରୀଙ୍କୁ ଭଞ୍ଜସେନାର ସଭାପତି ପିଣ୍ଟୁ ମାଇତି ସାକ୍ଷାତ କରି ଧାରଣାକାରୀଙ୍କ ଦାବି ସହିତ ଏକମତ ହୋଇଛନ୍ତି। କରୋନା ସମୟରେ ନିଜ ଜୀବନକୁ ବିପନ୍ନ କରି କାମ କରିଥିବା ଏହି ଏଏନଏମ କର୍ମୀ ତଥା କ‌ରୋନା ଯୋଦ୍ଧାଙ୍କ ଦାବି ସମ୍ପର୍କରେ ସରକାର ଏବଂ ଜିଲ୍ଲାପ୍ରଶାସନ ସହୃଦୟତାର ସହିତ ବିଚାର କରିବା ନେଇ ମତବ୍ୟକ୍ତ କରିଛନ୍ତି ସଂଗଠନର ସଭାପତି ଶ୍ରୀ ମାଇତି। ଏହି କର୍ମୀମାନଙ୍କୁ ବକେୟା ଥିବା ସେମାନଙ୍କର ପ୍ରାପ୍ୟ ତୁରନ୍ତ ପ୍ରଦାନ କରାନଗଲେ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ସହିତ ଧାରଣା ଦିଆଯିବାନେଇ ଶ୍ରୀ ମାଇତି ସୂଚନା ଦେଇଛନ୍ତି।

ଆଜି ବିଜୁଳି ନଥିବାରୁ ଅନ୍ଧାରରେ ବସିଥିବା ଏଏନଏମ କର୍ମୀଙ୍କ ନିମନ୍ତେ ସଂଗଠନ ପକ୍ଷରୁ ଆଲୋକର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସଂଗଠନର ଯୁବନେତା ରାକେଶ ବେହେରା ଏବଂ ସୌମ୍ୟରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟଯେ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜଣାପଡ଼ିଛି। ଜିଲ୍ଲାରେ କରୋନା ସମୟରେ ନିଯୁକ୍ତି ପାଇଥିବା ୪୦୪ ଏଏନଏମ କର୍ମୀଙ୍କୁ ପୁନଃନିଯୁକ୍ତି ଦେବାନେଇ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe