ବିଜେବି ହାଇସ୍କୁଲର ୧୨୫ତମ ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

Advertisment
ବିଜେବି ହାଇସ୍କୁଲର ୧୨୫ତମ ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

Sambad

ଖୋର୍ଦ୍ଧା: ଐତିହାସିକ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ହାଇସ୍କୁଲର ୧୨୫ତମ ବାର୍ଷିକୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଭାପତି ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ। ନିଜର ବକ୍ତବ୍ୟରେ ସେ କହିଥିଲେ ଯେ ବିଦ୍ୟାଳୟର ବିକାଶ ପାଇଁ ମୋ ସ୍କୁଲ ଯୋଜନାରେ ୧ କୋଟି ଟଙ୍କା ବଜେଟ ଅନୁଦାନ ମିଳିଛି। ଖୁବଶୀଘ୍ର ଏଠାରେ ଯୁକ୍ତଦୁଇ ଶିକ୍ଷାଦାନ ଆରମ୍ଭ ହେବାର ଯୋଜନା ଅଛି।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର ତଥା ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଦେବପ୍ରସାଦ ମଜୁମଦାର, ପ୍ରଧାନ ଶିକ୍ଷକ ସେକ୍ ଗହରଅଲ୍ଲୀ, ଅବସରପ୍ରାପ୍ତ ଏୟାର ମାର୍ଶଲ୍ ଜ୍ୟୋତି ନାରାୟଣ ବର୍ମନ, ମୋ ସ୍କୁଲର ପୋଷ୍ୟଗ୍ରହିତା ତଥା ଖାଦ୍ୟ କମିଶନ ଅଧ୍ୟକ୍ଷ ପ୍ରମୋଦ କୁମାର ମେକାପ, ପୂର୍ବତନ ଛାତ୍ର ସଂସଦର ସମ୍ପାଦକ ଗୋପାଳକୃଷ୍ଣ ଦାସ, ବୈକୁଣ୍ଠନାଥ ରାଜଗୁରୁ, ନୃସିଂହ ପ୍ରସାଦ ପଟ୍ଟନାୟକ, ଏସ୍ବିଆଇ ଏଜିଏମ୍ ଲକ୍ଷ୍ମୀ ନାରାୟଣ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ବାର୍ଷିକୋତ୍ସବ ପାଳନର ରୂପରେଖ, କାର୍ଯ୍ୟକ୍ରମ, ଅତିଥି ଚୟନ ଆଦି ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe