‘ଶୃଙ୍ଖଳାକୁ ମାନି ଚଳିବା ଓ କଠିନ ପରିଶ୍ରମ କଲେ ଜୀବନରେ ସଫଳତା ମିଳିଥାଏ’

Advertisment

ସରସ୍ବତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ

ସରସ୍ବତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ

‘ଶୃଙ୍ଖଳାକୁ ମାନି ଚଳିବା ଓ କଠିନ ପରିଶ୍ରମ କଲେ ଜୀବନରେ ସଫଳତା ମିଳିଥାଏ’

ରାୟଗଡା: ରାୟଗଡା ଜିଲ୍ଳା ସଦର ମହକୁମା ଗାୟତ୍ରୀନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୩୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜେକେ କାଗଜ କଳର ଉପସଭାପତି ବିଶ୍ୱଜିତ୍ ଦ୍ୱିବେଦୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ରାୟଗଡା ଜିଲ୍ଳା ସଂପର୍କ ପ୍ରମୁଖ ତଥା ଜେକେ କାଗଜ କଳର ଲୋକ ସଂପର୍କ ଓ ସିଏସଆର ବିଭାଗ ଉପ ପ୍ରବନ୍ଧକ ହରିହର ଖମାରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହରିଶ୍ଚନ୍ଦ୍ର ଦାସ, ସଂପାଦକ ଡାକ୍ତର ସୁନୀଲ ପ୍ରସାଦ ମହାପାତ୍ର, ପ୍ରଧାନଆଚାର୍ଯ୍ୟ ସୁଧୀର କୁମାର ନେଗୀ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଶ୍ରୀ ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ।

publive-image

ମୁଖ୍ୟ ଅତିଥି ଶ୍ରୀ ଦ୍ୱିବେଦୀ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳାକୁ ମାନି ଚଳିବା ଓ କଠିନ ପରିଶ୍ରମ କଲେ ଜୀବନରେ ସଫଳତା ମିଳିଥାଏ ବୋଲି ଉଦବୋଧନ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ଖମାରି ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ନିଜ ନିଜ ଦାୟିତ୍ୱ ସଂପାଦନା କରିବା ପାଇଁ ମାର୍ଗଦର୍ଶନ କରାଇଥିଲେ। ବାର୍ଷିକ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ପରେ ବିଦ୍ୟାଳୟର ଶିଶୁ ଭାଇଭଉଣୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ଉପସଭାପତି ପ୍ରଭାତ କୁମାର ଲେଙ୍କା,ଯୁଗ୍ମ ସଂପାଦକ ରମେଶ ଚନ୍ଦ୍ର ନନ୍ଦ, କୋଷାଧ୍ୟକ୍ଷ ସଂଜୀବ ଦାସ ତଥା ସମସ୍ତ ସଦସ୍ୟସଦସ୍ୟା ଓ ଗୁରୁଜୀ ଗୁୁରୁମା, ଶିଶୁ ଭାଇଭଉଣୀ, ପୂର୍ବ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe