ଖୋର୍ଦ୍ଧା ‘ସମ୍ବାଦ ସାହିତ୍ୟଘର’ର ୭ମ ପ୍ରତିଷ୍ଠା ଦିବସ ପାଳିତ

ସାହିତ୍ୟିକ ସୌଭାଗ୍ୟ କର ଓ କୌଳାସ ପୃଷ୍ଟି ସମ୍ବର୍ଦ୍ଧିତ

ଖୋର୍ଦ୍ଧା ‘ସମ୍ବାଦ ସାହିତ୍ୟଘର’ର ୭ମ ପ୍ରତିଷ୍ଠା ଦିବସ ପାଳିତ

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର ୭ମ ପ୍ରତିଷ୍ଠା ଦିବସ ଆଜି ସ୍ଥାନୀୟ ବିଡିଏ କଲୋନୀ ଗାୟତ୍ରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସାହିତ୍ୟଘରର ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ପ୍ରଧ୍ୟାପକ ମନୋରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ଡଃ. ଶରତଚନ୍ଦ୍ର ମହାପାତ୍ର, ଡଃ. ପ୍ରମୋଦଚନ୍ଦ୍ର ଦାଶ, ରାମଶଙ୍କର ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟରେ ଓଡ଼ିଶା ଭାଷାର ବିକାଶ ଓ ପ୍ରଚାରପ୍ରସାର ପାଇଁ ସାହିତ୍ୟଘରର ଗଠନର ଉ‌‌‌ଦ୍ଦେଶ୍ୟ ଏବଂ ଅଗ୍ରଣୀ ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିନାଥ ପାଲଟାସିଂହ, ଜବହରଲାଲ ସୁବୁଦ୍ଧି, ଜ୍ଞାନରଞ୍ଜନ ଦାଶ, ବୈକୁଣ୍ଠନାଥ ମହାପାତ୍ର, ଜ୍ୟୋତିରଞ୍ଜନ ସାହୁ, ବିଦ୍ୟାଧର ଲେଙ୍କା, ଭଗବାନ ପଶ୍ଚିମକବାଟ, ଦୟାନିଧି ସାହୁ ପ୍ରମୁଖ ନିଜ ମତ ରଖିଥିଲେ। ଏହି ଅବସରରେ ‘ସମ୍ବାଦ’ ସାହିତ୍ୟଘରର ସାଙ୍ଗଠନିକ ପରିସରକୁ ବୃଦ୍ଧି କରିବାକୁ କାର୍ଯ୍ୟକର୍ତ୍ତା ପରିଷଦକୁ କୃଷ୍ଣଚନ୍ଦ୍ର ହରିଚନ୍ଦନ, ବିଳାସିନୀ ଦାଶ ଓ ରାମଶଙ୍କରଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା। ନୂତନ ଭାବେ ୧୨ଜଣ କବି, ଲେଖକ ଓ ସାହିତ୍ୟିକଙ୍କୁ ସାହିତ୍ୟଘରର ସଦସ୍ୟ-ସଦସ୍ୟା ଭାବେ ଗ୍ରହଣ କରାଯାଇଥିଲା। ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାରଣା ମଇ ୨୫ରେ ଅନୁଷ୍ଠିତ ‘ସମ୍ବାଦ’ ସାହିତ୍ୟଘରର ଷଷ୍ଠ ବାର୍ଷିକ ଉତ୍ସବର ଆୟବ୍ୟୟ ବିବରଣୀ ଉପସ୍ଥାପିତ କରିଥିଲେ।

publive-image Sambad

ସୌଭାଗ୍ୟ କର ଓ କୈଳାସ ଚନ୍ଦ୍ର ପୃଷ୍ଟିଙ୍କୁ ସେମାନଙ୍କ ଓଡ଼ିଶା ସାହିତ୍ୟ ପ୍ରତି ଅବଦାନ ଓ କୃତି ପାଇଁ ଖୋର୍ଦ୍ଧା ସାହିତ୍ୟଘର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସାହିତ୍ୟଘରର ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାରଣାଙ୍କ ଲିଖିତ ନୀତିବାଣୀ ସଙ୍କଳନ ‘ମାର୍ଗଦର୍ଶିକା’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କୃଷ୍ଣଚନ୍ଦ୍ର ହରିଚନ୍ଦନ ଧନ୍ୟବାଦ ଦେଇଥିଲେ ଓ କୋଷାଧ୍ୟକ୍ଷ ଇତିଶ୍ରୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭା ପୂର୍ବରୁ ଗୋବିନ୍ଦ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ସାହିତ୍ୟଘରର କାର୍ଯ୍ୟ ଓ ଉପାଦେୟତା ସମ୍ପର୍କିତ କବିତା ପାଠ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବିକ୍ରମ ଚମ୍ପତ୍ତି, ଦିବ୍ୟଲୋଚନ ଭାରିମଲ୍ଲ, ଡଃ. ଚପଳା କୁମାରୀ ପଣ୍ଡା, ବିଳାସିନୀ ଦାଶ, ଶାନ୍ତିଲତା ଦେବୀ, ଜ୍ୟୋତିପ୍ରଭା ପଟ୍ଟନାୟକ, ଅନିରୁଦ୍ଧ ମହାନ୍ତି, ଗୟାପ୍ରସାଦ ମିଶ୍ର, ବାସୁଦେବ ସାହୁ, ତାପସ ରାୟସିଂହ, ସୁବାସ ପାଟ୍ଟଷାଣୀ, ରାଜକିଶୋର କେଇ, ସୁବାସିନୀ ପଟ୍ଟନାୟକ, ଡଃ. ନୀଳାଦ୍ରିନାଥ ଜଗଦେବ, ସରୋଜିନୀ ମହାପାତ୍ର, ରାଧାମଣି ମହାପାତ୍ର, ବଂଶୀଧର ଦାଶ, ନାରାୟଣ ଦାସ, ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe