କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ: ମନ ମୋହିଲା କୁନି ଛାତ୍ରଛାତ୍ରୀଙ୍କ ନୃତ୍ୟ

କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ: ମନ ମୋହିଲା କୁନି ଛାତ୍ରଛାତ୍ରୀଙ୍କ ନୃତ୍ୟ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ୨୦୨୩  ପାଳିତ ହୋଇଯାଇଛି। ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ଜାଳି ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ରାଇରଙ୍ଗପୁର ଏସଡ଼ିପିଓ ଗୋକୁଳାନନ୍ଦ ସାହୁଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଆର.ପି ଶାହା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ନାଟକ, ନୃତ୍ୟ, ସଙ୍ଗୀତ ପ୍ରଭୁତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୁନି କୁନି ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣ ବେଶ ଚିତାକର୍ଷକ ଥିଲାବେଳ ଉପସ୍ଥିତ ଅତିଥି, ଅଭିଭାବକ ଆଗ୍ରହ ସହିତ ଉପଭୋଗ କରିଥିଲେ।
publive-image
ଏହି ଅବସରରେ ବିଦ୍ୟାଳୟସ୍ତରୀୟ ତଥା ରାଜ୍ୟ ଓ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ସହିତ ସିଲକପ ଓ ଚ୍ୟାକ ଦେଇ ପୁରସ୍କୃତ କରା ଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ରାମଚନ୍ଦ୍ର ସିଟ, ରତ୍ନାକର ଲୋହାର, ଗବର୍ଧନ ମୁଣ୍ଡାରୀ, ଆଶିଷ ପ୍ରଜାପତି, ମମତା ହେମ୍ବ୍ରମ, ଗବିନ୍ଦ ମାଝି, ଅଙ୍କିତା ପାଣି, ଲୋପାମୁଦ୍ର ମହାନ୍ତ, ଅନୁପମା ଗିରି, ଏମଡି ଆନଜର ଆଶ୍ରଫ, ଡିପି ବର୍ମା, ଭି ବି ମିଶ୍ର, ତପନ ପ୍ରଧାନ, ଲଳିତ କୁମାର ମହାନ୍ତ, ଇତିସ୍ମିତା ବେହେରା, ପୁନମ ହାଁସଦା, ମହେଶ ସୋରେନ, ତପନ କୁମାର ମହାନ୍ତ, ଭକ୍ତି ସାରକ, ଚନ୍ଦନ ବାରିକ, ଶ୍ରୀଲେଖା ମହାନ୍ତ, ହିତାପ୍ରଦ ମହାନ୍ତ, ରଜି ପର୍ବିନ, ଶୁଭମ ପୃଷ୍ଟିଙ୍କ ସମେତ ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ମମତା ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe