ରଣେଶ ରାମଚଣ୍ଡୀଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Advertisment
ରଣେଶ ରାମଚଣ୍ଡୀଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କଳାପଥର ଠାରେ ଆଜି ରଣେଶ ରାମଚଣ୍ଡୀଙ୍କ ପ୍ରଥମ ବାର୍ଷିକ ଅନୁଷ୍ଠିତ ହୋଯାଇଛି। ସୁବର୍ଣ୍ଣଭୂମି ‘ଚଷା ସମାଜ’ ପକ୍ଷରୁ ଏହି ଆୟୋଜନ କରାଯାଇଛି। ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲା ତଥା ପଡୋଶୀ ଜିଲ୍ଲା ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ ଜିଲ୍ଲାର ଆଠମାଲିକ ଅଂଚଳର ଚଷା ସମ୍ପ୍ରଦାୟର ଲୋକ ଏକଜୁଟ ହୋଇଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ରଣେଶ ରାମଚଣ୍ଡୀ ମା’ଙ୍କ ନବ ପୂଜା କରାଗଲା। ଆଗାମୀ ଦିନରେ ହେବାକୁ ଥିବା ଭବ୍ୟ ମନ୍ଦିର ଓ ଚଷା ସମାଜର ବିଭିନ୍ନ ପ୍ରକାର ଉନ୍ନତି ଓ କୁସଂସ୍କାର ଦୂର କରିବା ପାଇଁ ସଭାରେ ଆଲୋଚନା କରାଗଲା।

ସମାରୋହରେ ବକ୍ତା ପଦ୍ମନାଭ ପ୍ରଧାନ, ସଂଜୀବ କୁମାର ପ୍ରଧାନ, ସେଲେଡି ନିବାସୀ ମଧୁସୂଦନ ପ୍ରଧାନ, ଦପଲା ନିବାସୀ ପୀତବାସ ପ୍ରଧାନ, ଅଇଁଲାଛାଟ ନିବାସୀ ସୁରେଶ ଦେହୁରୀ, ତୁଳସୀକଟା ନିବାସୀ ପୂର୍ଣ୍ଣନନ୍ଦ ପ୍ରଧାନ, କଲାପଥର ନିବାସୀ ସୁଧୀର ପ୍ରଧାନ, ଅମରପାଲି ନିବାସୀ ବସନ୍ତ ସାହୁ ଚଷା ସମାଜର ବିକାଶ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଂଚଳର ଯୁବନେତା ସରୋଜ ପ୍ରଧାନ ଜାତିର ଉନ୍ନତି ଓ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏକ ଖସଡ଼ା ତିଆରି କରି ଯୋଜନା ଓ ସମନ୍ଵୟ କରି ନିଜ ନିଜର ମତାମତ ଦେଇଥିଲେ। ଶେଷରେ ସୁବର୍ଣ୍ଣପୁର ଭୂମି ଚଷା ସମାଜ ଏକ ଟ୍ରଷ୍ଟ ଗଠନ କରି ସଂଯୋଗ ଧାର୍ମିକ ସହ ଟ୍ରଷ୍ଟ ମାଧ୍ୟମରେ ପରିଚାଳନା କରିବା ପାଇଁ ସ୍ଥିରୀକୃତ କରାଗଲା। ଟ୍ରଷ୍ଟରେ ମୁଖ୍ୟ ଟ୍ରଷ୍ଟୀ ରୂପେ କଳାପଥର ଗାଁର ସଂଜୀବ କୁମାର ପ୍ରଧାନ ଓ ଅନ୍ୟନ୍ୟ ଟ୍ରଷ୍ଟ ସଭ୍ୟ ରୂପେ ତେଲିପାଲିର ପଦ୍ମନାଭ ପ୍ରଧାନ, ଆଇନଜୀବୀ ମଧୁସୁଧନ ପ୍ରଧାନି, ବାବୁପାଲିର ଅରୁଣ ପ୍ରଧାନ, ନୂଆପାଲିର ବେଣୁଧର ପ୍ରଧାନଙ୍କୁ ତିନି ବର୍ଷ ପାଇଁ ମୋନାନୀତ କରାଗଲା।

ସେହିପରି ମନ୍ଦିର ନିର୍ମାଣ ପରିଚାଳନା କମିଟି ଗଠନ କରାଗଲା। ଏଥିରେ ସଭ୍ୟ ରୂପେ ମଧୁସୂଦନ ପ୍ରଧାନଙ୍କୁ ଅଧ୍ୟକ୍ଷ ଓ ଅନ୍ୟନ୍ୟ ସଭ୍ୟ ୬ଜଣକୁ ସଭ୍ୟ ରୂପେ ଗ୍ରହଣ କରାଗଲା। ପାଣ୍ଠି ସଂଗ୍ରହ ପାଇଁ ଅରୁଣ ଓ ଅଲେଖ ପ୍ରଧାନଙ୍କୁ ମୋନନୀତ କରାଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe