ପୁଣି ଜଣେ କର୍କଟରୋଗୀଙ୍କ ମୃତ୍ୟୁ

ପୁଣି ଜଣେ କର୍କଟରୋଗୀଙ୍କ ମୃତ୍ୟୁ

The Express Tribune

ଦଶରଥପୁର: ଦଶରଥପୁର ବ୍ଲକ୍‌ ପାଲଟପୁର ପଞ୍ଚାୟତରେ ପୁଣି ଜଣେ ବ୍ୟକ୍ତିଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ପାଲଟପୁର ଗ୍ରାମର ଶରତ ଚନ୍ଦ୍ର ସାହୁ(୫୩)। ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ। ସୂଚନା ଅନୁଯାୟୀ, ଏହି ଗ୍ରାମରେ ଗତ ୧୦ ବର୍ଷ ମଧ୍ୟରେ ୩୫ରୁ ଅଧିକ ଲୋକଙ୍କର କର୍କଟ ରୋଗରେ ମୃତ୍ୟୁ ହେଲାଣି। ୮ ଜଣ ଚିକିତ୍ସିତ ହେଉଛନ୍ତି। ଏହି ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ବିନ୍ଦୁସାଗର ସାମଲ ସୂଚନା ଦେଇଛନ୍ତି।

ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତୁରନ୍ତ ଏହାର ପ୍ରତିକାର କରିବାକୁ ସରପଞ୍ଚ ଲିପିକା ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡ଼ା, ସରୋଜ ବିଶ୍ୱାଳ, ପୂର୍ବତନ ସମିତିସଭ୍ୟ ବିମଳ ମଲ୍ଲିକ, ପୀତବାସ ବେହେରା, ସୁଧିର ବିଶ୍ୱାଳ, ଜ୍ୟୋତିପ୍ରକାଶ ମିଶ୍ର, ଚନ୍ଦ୍ର ଶେଖର ସାହୁ, ଦେବେନ୍ଦ୍ର ବେହେରା, ନିରଂଜନ ଜେନା, ପୂର୍ଣ୍ଣଚନ୍ଦ୍ର ସାହୁ, ଅନନ୍ତ କୁମାର ଜେନା, ଶମ୍ଭୁନାଥ ଜେନା, ସୌମ୍ୟରଂଜନ ବେହେରା, ଶାନ୍ତନୁ କୁମାର ସାହୁ, ଚନ୍ଦନ ଜେନା, ରମେଶ ମଲ୍ଲିକଙ୍କ ସମେତ ବହୁ ଲୋକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe