କାଳ ହେଉଛି ମଉଜ ମସ୍ତି, ସପ୍ତାହେ ଭିତରେ ଗଲାଣି ଦୁଇ ମୁଣ୍ଡ

Advertisment

ଲୁଲୁଙ୍ଗରେ ଯୁବକଙ୍କ ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ବାଲଡିହା ଡ୍ୟାମରେ ଗଲା ଆଉ ଏକ ଜୀବନ

ଲୁଲୁଙ୍ଗରେ ଯୁବକଙ୍କ ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ବାଲଡିହା ଡ୍ୟାମରେ ଗଲା ଆଉ ଏକ ଜୀବନ

ବାଇକ ଦୁର୍ଘଟଣାରେ ଜଣେ ମୃତ

closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added

ବାରିପଦା: କରୋନା କାଳରେ ମଉଜ ମସ୍ତି କରିବାକୁ ମୟୁରଭଞ୍ଜର ବିଭିନ୍ନ ପର୍ଯ୍ୟଟନ ସ୍ଥଳ, ଡ୍ୟାମ ଆଦିରେ ଭିଡ଼ ଜମୁଛି। ଲକଡାଉନ,
ସଟଡାଉନ କାଳରେ ସାମାନ୍ୟ ମଜା କିନ୍ତୁ କାଳ ହେଉଛି। ଯୁବପୀଢ଼ି ଏହାର ବେଶି ଶିକାର ହେଉଛନ୍ତି। ଏହି ସପ୍ତାହକ ମଧ୍ୟରେ ଦୁଇ ଜଣଙ୍କର ଜୀବନ ଗଲାଣି। ଦୁଇ ଦିନ ତଳେ ବାରିପଦାର ଜଣେ ଯୁବକ ଶିମିଳିପାଳ ଲୁଲୁଙ୍ଗରେ ଗାଧୋଉଥିବା ବେଳେ ପ୍ରାଣ ହରାଇଥିଲେ। ଏହି ଦାରୁଣ ଅଘଟଣ ମନରୁ ନଲିଭୁଣୁ ଆଜି ବାଲଡିହା ଡ୍ୟାମରେ ବୁଡି ପଶ୍ଚିମବଙ୍ଗ ମୁରଶୀଦାବାଦ ଅଞ୍ଚଳର ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ସେହିପରି ଲୁଲୁଙ୍ଗ, ବାଲଡିହା ଡ୍ୟାମ ଭଳି ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ପ୍ରତିଦିନ କେହି ନା କେହି ଆହତ ହେଉଥିବା ଜଣାପଡିଛି। ଅଧିକାଂଶ ଆହତ ଘଟଣା ଥାନାରେ ରିପୋର୍ଟ ହେଉନଥିବାରୁ ସବୁ ସୂଚନା ମିଳି ପାରୁନାହିଁ। ଆଜି ତକତପୁର ଅଞ୍ଚଳରେ ରହୁଥିବା ଉକ୍ତ ବ୍ୟବସାୟୀ ଜଣଙ୍କ ବ୍ୟବସାୟ ସାରି ଭଡା ଘରକୁ ଫେରୁଥିବା ବେଳେ ଉକ୍ତ ଡ୍ୟାମରେ ଗାଧୋଇବା ନିମନ୍ତେ ପଶିଥିଲେ। ମାତ୍ର ଅସାବଧାନତାବଶତଃ ପାହାଚରେ ଗୋଡ ଖସିଯିବାରୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ସେ ପାଣିରେ ବୁଡି ଯାଇଥିଲେ। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।

ଖବର ପାଇ ବାଲଡିହା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଏବେ ଲକଡାଉନ କୋହଳ ହୋଇଛି। ତେଣୁ ଏହି ସୁଯୋଗରେ ଲୋକମାନେ ବିଶେଷକରି ଯୁବଗୋଷ୍ଠୀ ବିଭିନ୍ନ ନଦୀ ଓ ଡ୍ୟାମ ଆଦି ସ୍ଥାନକୁ ମଉଜ ମସ୍ତି କରିବାକୁ ପସନ୍ଦ କରୁଛନ୍ତି। ମାତ୍ର ଅସାବଧାନତା କାରଣରୁ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି। ସେହିପରି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଆଦୋୖ ନାହିଁ କହିଲେ ଚଳେ। ତେଣୁ ପର୍ଯ୍ୟଟକମାନଙ୍କୁ ସଚେତନ କରିବା କିମ୍ବା କୌଣସି ସୂଚନା ଦେବାକୁ କେହି ନାହାଁନ୍ତି। ଫଳରେ ପର୍ଯ୍ୟଟକମାନେ ବେଫିକର ହୋଇ ଅସୁବିଧାରେ ପଡୁଛନ୍ତି। ତେଣୁ ଏବେ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହିତ ପର୍ଯ୍ୟଟକମାନଙ୍କୁ ସଚେତନ କରିବା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରାଯିବାକୁ ଦୃଢ଼ ଦାବି ହୋଇଛି। ନଚେତ ଏହିପରି ଅନେକ ଜୀବନ ଅକାଳରେ ଯାଉଥିବ। ଦୁଇଦିନ ପୂର୍ବେ ପଳପଳା ନଦୀର ଲୁଲୁଙ୍ଗଠାରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ବାଲଡିହା ଡ୍ୟାମରେ ବୁଡି ଆଉ ଜଣଙ୍କର ଜୀବନ ଯିବା ବେଶ ଦୁଃଖଦାୟକ। ଏନେଇ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe