ରାୟଗଡ଼ାରେ ଡେଙ୍ଗୁ ଅଣାୟତ୍ତ, ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ, ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର

Advertisment
ଆଜି ବିଶ୍ବ ମ୍ୟାଲେରିଆ ଦିବସ: ସଂକ୍ରମଣରେ ମାଲକାନଗିରି ସ୍ଥିର, ଉପରକୁ ଉଠିଲା ରାୟଗଡ଼ା

rappler.com

ରାୟଗଡ଼ା: ରାୟଗଡ଼ାରେ ଅଣାୟତ୍ତ ହେବାରେ ଲାଗିଛି ଡେଙ୍ଗୁ। ସଦର ବ୍ଲକର ଗୋଟିଏ ପରେ ଗୋଟିଏ ପଞ୍ଚାୟତରୁ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ବିଶେଷ କରି ସହର ପାର୍ଶ୍ବବର୍ତ୍ତୀ ଇଲାକାରେ ଥିବା ପଞ୍ଚାୟତ ଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚାନ୍ଦିଲୀ ପଞ୍ଚାୟତ ପରେ ଏବେ ଡେଙ୍ଗୁ ପଡୋଶୀ କୁମୁଟିପେଣ୍ଠ ପଞ୍ଚାୟତକୁ ବ୍ୟାପିଛି। ପଞ୍ଚାୟତର ଶାନ୍ତିନଗର ଗ୍ରାମରୁ ଚିହ୍ନଟ ହୋଇଥିବା ଡେଙ୍ଗୁ ଆକ୍ରାନ୍ତ ରଘୁନାଥ ଗରଡ଼ିଆଙ୍କୁ ଆଜି ଗୁରୁତର ଅବସ୍ଥାରେ ବିଶାଖାପାଟଣା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ସପ୍ତାହକ ତଳେ ରଘୁନାଥ ଜ୍ବରରେ ପୀଡ଼ିତ ହୋଇଥିଲେ। ଜ୍ବର ନ ଛାଡ଼ିବା ପରେ ଗତ ୧୩ ତାରିଖରେ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ୧୪ ତାରିଖରେ ରକ୍ତ ନମୁନା ପରୀକ୍ଷା କରିବା ପରେ ରିପୋର୍ଟରେ ଡେଙ୍ଗୁ ପଜିଟିଭ୍ ଥିବା ଜଣା ପଡିଥିଲା। ୨ ଦିନର ଚିକିତ୍ସା ପରେ ରଘୁନାଥଙ୍କୁ ଡାକ୍ତର କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ମେଡ଼ିକାଲ୍ କଲେଜ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ବେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା। ଫଳରେ ଗୁରୁତର ଅବସ୍ଥାରେ ରଘୁନାଥଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ଗତ ଏକମାସ ହେଲା ରାୟଗଡ଼ାରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।

publive-image Sambad

ଚାନ୍ଦିଲି ପଞ୍ଚାୟତର ଜେକେପୁର, କାଳୀଦାସ ଲାଇନ୍, ଆଜାଦ ନଗର, ଗୁପ୍ତା କଲୋନୀ ଅଞ୍ଚଳରୁ ଇତି ମଧ୍ୟରେ ୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ସ୍ବାସ୍ଥ୍ୟ ବିଭାଗ ଏହି ସବୁ ଅଞ୍ଚଳରେ ଅସ୍ଥାୟୀ କ୍ୟାମ୍ପ ପକାଇ ଚିକିତ୍ସା ଜାରି ରଖିବା ସହ ସାହି, ବସ୍ତି ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି। ଏପଟେ ଶାନ୍ତି ନଗରରୁ ନୂତନ ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ଗାଁ ଉପରେ ନଜର ରଖିଛି। ଆକ୍ରାନ୍ତଙ୍କ ସଂଖ୍ୟା ଯଦି ବଢ଼େ ତାହା ହେଲେ ମେଡ଼ିକାଲ୍ ଟିମ୍ ପଠାଇ ଅସ୍ଥାୟୀ କ୍ୟାମ୍ପ କରିବାକୁ ସ୍ବାସ୍ଥ୍ୟ ବିଭାଗ ଚିନ୍ତା କରୁଛି।

ଅନ୍ୟପକ୍ଷରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ପାଇଁ ରାୟଗଡ଼ା ସହରର ବିଭିନ୍ନ ୱାର୍ଡରେ ମଧ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସହରର ବହୁ ଆକ୍ରାନ୍ତ ଏବେ ବିଶାଖାପାଟଣା ସମେତ ବାହାର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ବାହାରେ ଚିକିତ୍ସା ହେଉଥିବା ଆକ୍ରାନ୍ତଙ୍କ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ନିକଟରେ କୌଣସି ସୂଚନା ନଥିବା ଜଣା ପଡିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେ ରାୟଗଡ଼ା ଜିଲ୍ଲାରୁ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe