ନିର୍ବାଚନ ଦାୟିତ୍ବରେ ଥିବା ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ

ନିର୍ବାଚନ ଦାୟିତ୍ବରେ ଥିବା ଆଉ ଜଣେ କର୍ମଚାରୀଙ୍କ ମୃତ୍ୟୁ

Sambad

ଝାରସୁଗୁଡ଼ା: ଉପନିର୍ବାଚନ ଦାୟିତ୍ଵରେ ଥିବା ଆଉ ଜଣେ କର୍ମଚାରୀ ତ୍ରିଲୋଚନ ମହାନ୍ତିଙ୍କ ଆଜି ମୃତ୍ୟୁ ହୋଇଥିବା ଜଣାଯାଇଛି। ଲଖନପୁର ବ୍ଲକ ଫଟା ଗ୍ରାମରେ ଥିବା ସରକାରୀ ପ୍ରାଥିମକ ବିଦ୍ୟାଳୟର ୨୩୮ନମ୍ବର ବୁଥରେ ସୁରକ୍ଷା ଦାୟିତ୍ବରେ ଥିବା ହୋମଗାର୍ଡ ତ୍ରିଲୋଚନ ମହାନ୍ତି ଗତକାଲି ଡ୍ୟୁଟି ରେ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଆଜି ସ୍ଵାସ୍ଥ୍ୟ ଅବସ୍ଥାରେ ଅବନତି ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ ହୋମଗାର୍ଡ଼ଙ୍କ ଘର ବିଟିଏମ୍‌ ପୁରୁଣା କଲୋନୀ ବୋଲି ଜଣାଯାଇଛି। ଗତକାଲି ସନ୍ଧ୍ୟାରେ ୧୬୯ ନମ୍ବର ବୁଥରେ କାର୍ୟ୍ୟରତ ଦ୍ଵିତୀୟ ପୁଲିଂ ଅଫିସର ଦିଲୀପ କୁମାର ଖଡ଼ିଆଙ୍କ ଦେହାନ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe