ଅନୁଗୁଳ: କରତପଟାରେ ଭୟାବହ ଅଗ୍ନିକାଣ୍ଡ, ୩ ଘଣ୍ଟା ପରେ ପହଞ୍ଚିଲା ଦମକଳ ଗାଡ଼ି, ୨୫ ପରିବାର ସର୍ବସ୍ୱାନ୍ତ

Advertisment

ଜଳିଗଲା ୩୦ ବଖରା ଘର, ମରିଗଲେ ୬ଟି ଛେଳି

ଜଳିଗଲା ୩୦ ବଖରା ଘର, ମରିଗଲେ ୬ଟି ଛେଳି

ଅନୁଗୁଳ: କରତପଟାରେ ଭୟାବହ ଅଗ୍ନିକାଣ୍ଡ, ୩ ଘଣ୍ଟା ପରେ ପହଞ୍ଚିଲା ଦମକଳ ଗାଡ଼ି, ୨୫ ପରିବାର ସର୍ବସ୍ୱାନ୍ତ

ବଡ଼କେରା(ଅନୁଗୁଳ): କରତପଟାରେ ରବିବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟଣା ହୋଇଛି। ଅଗ୍ନିକାଣ୍ଡରେ ୩୦ ବଖରା ସମ୍ପୂର୍ଣ୍ଣ ଜଳି ଯିବାରୁ ୬ଟି ଛେଳି ଜଳି ଯାଇଛନ୍ତି। ସେହିଭଳି ଏହି ଘଟଣାରେ ଗାଁର ୩ଟି ପରିବାରକୁ ଛାଡି ଦେଲେ ପ୍ରାୟ ୨୫ଟି ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି।

ସୂଚନା ମିଳିବା ପରେ ଅନୁଗୁଳ ଦମକଳ ବାହିନୀ ବଡ଼କେରା ଗାଁରେ ପହଞ୍ଚି ଥିଲା। ମାତ୍ର ଦମକଳ ବାହିନୀର ଆଗ୍ନିକମାନେ ଗାଁକୁ ପହଞ୍ଚିବା ପୂର୍ବରୁ ଆଉ କିଛି ନଥିଲା। ସବୁଠାରୁ ଆଶ୍ଚର୍ଯ୍ୟ ବଷୟ ଯେ, ପୂରା ଗାଁଟି ହୁତୁହୁତୁ ହୋଇ ନିଆଁ ଜଳୁଥିବା ବେଳେ ମାତ୍ର ଗୋଟିଏ ଦମଳକ ଗାଡ଼ି ଆସିଥିଲା। କିଛି ସମୟ ପରେ ଗାଡ଼ିରୁ ପାଣି ସରି ଯାଇଥିଲା। ଗାଁ ଲୋକେ ନିକଟସ୍ଥ ନାଳରୁ ପାଣି ଆଣି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ, କୌଣସି ଲାଭ ହୋଇ ନଥିଲା।

ଦମକଳ ବାହିନୀଙ୍କ ସୂଚନା ଅନୁସାରେ ନଛିଲା ଛେଲାଙ୍କ ୬ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗାଁରେ ୨ଟି ପରିବାର ସେମାନଙ୍କର ପୁଅ ଓ ଝିଅ ବାହାଘଣ ପାଇଁ ଜିନିଷ ପତ୍ର ଯୋଗାଡ଼ କରିଥିଲେ। ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଛି। ସେହିଭଳି ଦିଗାମ୍ବର ଠେଲା, ଜତିନ ଛେଲା, ପଳାଉ ଠେଲା, ନେକାଇ ଠେଲା, କପିଳା ଠେଲା, ତୀର୍ଥବାସୀ ଠେଲା, ଦିଗମ୍ବର ଷଣ୍ଢ, ପ୍ରକାଶ ଷଣ୍ଢ, ଧରଣୀ ଧର ବେହେରା, ପପୁନ ବେହେରା, ଗୟାଧର ବେହେରା, ମାୟାଧର ବେହେରା, ହେମନ୍ତ ବେହେରା, ବିଦ୍ୟାଧର ବେହେରା, ପ୍ରମୋଦ ବେହେରା, ଫିଜୁ ବେହେରା, ମୁନା ଠେଲା, ଦିଲିପ ଠେଲା, ହାଡ଼ିବନ୍ଧୁ ଷଣ୍ଢ, ବିରଞ୍ଚି ଷଣ୍ଢ ପ୍ରମୁଖଙ୍କ ଘର ଜଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe