କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା କାଜୁ ଜଙ୍ଗଲ ନିକଟରୁ ଧରା ପଡିଛନ୍ତି ଡିଜେଲ ମାଫିଆ। ଜିଲ୍ଲା ପୁଲିସର ସ୍ପେସିଆଲ ସ୍କ୍ୱାର୍ଡ ଚଢ଼ାଉ କରି ପାଞ୍ଚଟା ଗାଡ଼ିରୁ ମୋଟ ୯୫୦ ଲିଟର ଡିଜେଲ ଜବତ କରିଛି। ଘଟଣାସ୍ଥଳରୁ ପାଞ୍ଚ ଜଣଙ୍କୁ ଧରାଯାଇ ଅଟକ ରଖାଯାଇଛି। ଏହି ପାଞ୍ଚ ଗାଡ଼ି ମଧ୍ୟରୁ ଦୁଇଟି ବୋଲେରୋ ଥିବାବେଳେ ଆଉ ତିନୋଟି ବାଇକ ବୋଲି ଜଣାପଡିଛି। ବିଭିନ୍ନ କୋଇଲା ଖଣିରୁ ଡିଜେଲ ସବୁ ଆଣି ବିଭିନ୍ନ ଜାଗାକୁ ମାଫିଆମାନେ ଚାଲାଣ କରୁଥିଲେ ବୋଲି ଅଭିଯୋଗ ହୋଇଛି।
କଣିହାଁରୁ ଧରା ହେଲେ ଡିଜେଲ ମାଫିଆ: ୯୫୦ ଲିଟର ତୈଳ ଜବତ, ପାଞ୍ଚ ଅଟକ
Advertisment
Follow Us