୫ଶହ ଲିଟର ଡ଼ିଜେଲ ସହ ୩ ବୋଲେରୋ ଜବତ : ୬ଗିରଫ

Advertisment
୫ଶହ ଲିଟର ଡ଼ିଜେଲ ସହ ୩ ବୋଲେରୋ ଜବତ : ୬ଗିରଫ

ଅନୁଗୁଳ : ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ ଖଣିରୁ ପ୍ରତିଦିନ ବିଳମ୍ବିତ ରାତିରେ ହଜାର ହଜାର ଲିଟର ଡ଼ିଜେଲ ମାଫିଆମାନେ ଡିଜେଲ ଚୋରିକରି ଚୋରା ଚାଲାଣ କରୁଥିବା ଘଟଣା ଖବରକାଗଜରେ ବିଭିନ୍ନ ସମୟରେ ପ୍ରକାଶ ପାଇ ଆସୁଥିଲା। ହେଲେ ଏଥିରେ ସମ୍ପୃକ୍ତ ରହିଥିବା ଡିଜେଲ ଚୋରା ଚାଲଣ ରାକେଟ୍‌ରେ କିଏ ସମ୍ପୃକ୍ତ ରହିଥିଲା ତାହା ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ପାଇପାରୁ ନଥିଲା। ଯାହାକୁ ନେଇ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ ପୁଲିସ୍‌ ପ୍ରଶାସନ ବିଭନ୍ନ ସମୟରେ ଚଢ଼ାଉ ଜାରି ରଖିଥିଲା।  ଏଥିରେ ଆଜି ଏମ୍‌ସିଏଲ୍‌ର ସୁରକ୍ଷା କର୍ମଚାରୀମାନେ ସଫଳ ହୋଇ ୫ ଜଣ ଡିଜେଲ ମାଫିଆଙ୍କୁ ଗିରଫ କରିବା ସହିତ ୩ଟି ବୋଲେରୋ (ଓଆର ୧୯ ଏଫ ୧୬୧୯, ଓଆର ୧୯ ଏଚ୍‌ ୦୩୫୭ ଏବଂ ଓଡ଼ି ୧୯ ଏ ୧୮୩୨) ଏବଂ ୫ ଶହ ଲିଟର ଡିଜେଲ ମଧ୍ୟ ଜବତ କରିଥିବା ବେଶ‌ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ୍‌ ସୂଚନା ମୁତାବକ, ଲିଙ୍ଗରାଜ କୋଇଲା ଖଣିରେ କାମ କରୁଥିବା ବିଭିନ୍ନ ଡ଼ିଜେଲ ଚାଳିତ ଗାଡ଼ିରୁ ଯୋଜନାବଦ୍ଧ ଭାବେ ଡ଼ିଜେଲ ମାଫିଆମାନେ ତେଲ ଚୋରିକରି ଆସୁଥିଲେ। ଆଜି ବିଶେଷ ସୂତ୍ରରୁ ଖଣି ସୁରକ୍ଷାକର୍ମୀମାନେ ଖବର ପାଇ ଏହି ମାଫିଆ ମାନଙ୍କୁ ଖଣି ଭିତରେ ଘେରିବା ସହିତ ସେମାନେ ବିଭିନ୍ନ କୋଇଲା ପରିବହନ ଗାଡ଼ିରୁ ଡିଜେଲ ଚୋରୀ କରି ବୋଲେରେ ଲୋଡିଂ କରି ନେଇ ବାହାରକୁ ଆସୁଥିଲେ। ଏହି ସମୟରେ ସୁରକ୍ଷା କର୍ମୀମାନେ ସେମାନଙ୍କ ଉପରେ ଆତର୍କିତ ଭାବେ ଚଢ଼ାଉ କରି ୨୬ଟି ଡିଜେଲ ଭର୍ତ୍ତି ଥିବା ଜାରକିନ୍‌ ଯାହାକି ପ୍ରାୟ ୫ଶହ ଲିଟର ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ କନ୍ଦରସିଂହା ଗ୍ରାମର ଆଦିତ୍ୟ ବେହେରା (୩୫), ବଡ଼ ଝରା ଗ୍ରାମର ସର୍ବେଶ୍ୱର ସାହୁ (୪୨), ଲୋଧଣୀ ଗ୍ରାମର ଜିତେନ୍ଦ୍ର ସାହୁ (୩୧), ରଞ୍ଜନ ସାହୁ (୩୬), ପିଙ୍କୁ ରାଉତ (୧୯) ଏବଂ ବଡ଼କମର ଗ୍ରାମର ଶିଶିର ମାଝୀ (୨୮) କୁ ଗିରଫ କରି ତାଳଚେର ଥାନାକୁ ହସ୍ତାନ୍ତର କରିଥିଲେ। ପୁଲିସ୍ ଘଟଣାରୁ ତଦନ୍ତକରି ଏହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe