ଆତଙ୍କିତ ଅବସ୍ଥାରେ ୬ ଗ୍ରାମବାସୀ:୧୬ ବର୍ଷ ପରେ ବି ହୋଇନି ଥଇଥାନ

Advertisment
ଆତଙ୍କିତ ଅବସ୍ଥାରେ ୬ ଗ୍ରାମବାସୀ:୧୬ ବର୍ଷ ପରେ ବି ହୋଇନି ଥଇଥାନ

ଅନୁଗୁଳ: ତାଳଚେର ବ୍ଲକ ସମଲ ଜଳଭଣ୍ଡାର ଦ୍ୱାରା କ୍ଷତିଗ୍ରସ୍ତ ୬ଟି ଗ୍ରାମର ଜମି ଅଧିଗ୍ରହଣ କରି ଟଙ୍କା ଦେଇଛନ୍ତି। କିନ୍ତୁ ଦୀର୍ଘ ୧୬ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ମାନଙ୍କୁ ଥଇଥାନ କରାଯାଇ ନାହିଁ। ଯାହା ଫଳରେ ତାଳଚେର ଓ କଣିହାଁ ବ୍ଲକର ଛଅଟି ଗ୍ରାମକୁ ସମଲ ବ୍ୟାରେଜର ଜଳଭଣ୍ଡାରକୁ ଲାଗିଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି। ଶିପୁର, କୁସୁମପାଳ, ଗହମ, ଦୁର୍ଗାପୁର, ତାଳପଦା, ଓ ନାଲମର ଗ୍ରାମ ଏବେ ଜଳଭଣ୍ଡାରରେ ମିଶିଲାଣି। ବ୍ରାହ୍ମଣୀ ନଦୀ କୂଳ ଖାଉଥିବାରୁ ଘର ଗୁଡିକ ଭାଙ୍ଗିରୁଜି ଯାଉଛି। ପ୍ରତି ବର୍ଷ ନଦୀ କୂଳ ଖାଉଥିବାରୁ ଆତଙ୍କିତ ଅବସ୍ଥାରେ ୬ଟି ଗ୍ରାମର ଲୋକେ ରହିଛନ୍ତି। ବର୍ଷା ଦିନରେ ଜଳଚର ସରୀସୃପ ଆସୁଛନ୍ତି। ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘର ସଭ୍ୟମାନେ ସ୍ଥାନୀୟ ବିଧାୟକ, ଜଳ ସଂପଦ ବିଭାଗର ସଚିବ, ଜିଲ୍ଲାପାଳ ଓ ସମଲ ଜଳ ସମ୍ପଦ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ। କିନ୍ତୁ ତାହାର କୌଣସି ସମାଧାନ ହୋଇନଥିଲା। ଫଳରେ ସଂଘ ଉଚ୍ଚନ୍ୟାୟ‌ାଳୟ ଦ୍ବାରସ୍ଥ ହୋଇଥିଲା।

ଆଜି ଉକ୍ତ ୬ଟି ଗ୍ରାମର ୫୩୦ ପରିବାର ଉଭୟ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁଣାଣି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ ଏ ସଂକ୍ରାନ୍ତରେ କହିଲେ, ରାଜ୍ୟସ୍ତରରେ ଏ ନେଇ ନିଷ୍ପତି ନିଆଯିବ। ଗ୍ରାମବାସୀଙ୍କ ସହିତ ଆଲୋଚନା କରାଯିବା ସହିତ ଖୁବ ଶିଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଯଥାଶୀଘ୍ର ଥଇଥାନ ନିମନ୍ତେ ପ୍ରଶାସନ ପଦକ୍ଷେପ ନ‌େନଲେ ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏହାର ସଭାପତି ଜଗମୋହନ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe