ଭଉଣୀକୁ ହତ୍ୟା ଘଟଣାରେ ଅଭିଯୁକ୍ତ ଭାଇ ସମେତ ତିନି ଗିରଫ

ଧରାପଡ଼ିଲା ମୋବାଇଲ ଚୋର ଗ୍ୟାଙ୍ଗ୍‌, ୪ କୋର୍ଟ ଚାଲାଣ

new indian express

ବଅଁରପାଳ: ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗ୍ରାମରେ ଘର ସମ୍ପତ୍ତିରେ ଭାଗକୁ ନେଇ ଭଉଣୀକୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଭାଇ ସମେତ ତିନି ଜଣଙ୍କୁ ଗିରଫ କରିଛି।

ବଅଁରପାଳ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଲଙ୍ଗୁଳିଆବେଡ଼ା ଗ୍ରାମର ଊର୍ମିଳା ବିଶ୍ଵାଳ (୪୦)  ଓ ଭାଇ ହରିଶ ଚନ୍ଦ୍ର ବିଶ୍ଵାଳଙ୍କ ମଧ୍ୟରେ ଘର ସମ୍ପତ୍ତିର ଭାଗକୁ ନେଇ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା। ଗତ ମାସ ୨୮ ତାରିଖ ଦିନ  ସମ୍ପତ୍ତିର ଭାଗବଣ୍ଟା ନେଇ ଗ୍ରାମ ମୁଖିଆମାନଙ୍କ ଦ୍ଵାରା ଏକ ବୈଠକ ବସିଥିଲା। ବହୁ ବାଦ ବିବାଦ ମଧ୍ୟରେ ଏହି ବୈଠକରେ କୌଣସି ପ୍ରକାର ସମାଧନ ହୋଇପାରିନଥିଲା। ସେହି ଦିନ ରାତିରେ ପରିବାର ଲୋକ ଘରକୁ ଫେରିଲା ପରେ ଭାଇ  ଭଉଣୀଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା।

ଏଥିରେ ଭାଇ ହରିଶ, ଭାଉଜ ସଞ୍ଜୁ ବିଶ୍ଵାଳ (୪୭)  ଓ ତାଙ୍କ ଝିଅ ଶିବାନୀ ବିଶ୍ଵାଳ (୨୦) ମିଳିତ ଭାବରେ ଊର୍ମିଳାକୁ ନିସ୍ତୁକ ପିଟିଥିଲେ। ଏହା ପରଦିନ   ସକାଳ ସମୟରେ ପୁଣି  ମାଡ଼ ମାରିଥିଲେ। ଯାହା ଫଳରେ ପୂର୍ବାହ୍ଣ ୯ଟା ସମୟରେ  ଊର୍ମିଳାଙ୍କ ମୃତ୍ୟୁ ହୋଇଥିଲା। ବଅଁରପାଳ ପୁଲିସ  ଖବର ପାଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe