ବୋରୱେଲରେ ପଡ଼ି ୩୦ ଫୁଟ ତଳୁ କାନ୍ଦୁଛି ରାଧା, ତ୍ୱରାନ୍ଵିତ ହୋଇ ପାରୁନି ଉଦ୍ଧାର କାର୍ଯ୍ୟ

Advertisment

ପ୍ରଶାସନର ଅବହେଳା ଯୋଗୁଁ ଅଭାବନୀୟ ଦୁର୍ଘଟଣା

ପ୍ରଶାସନର ଅବହେଳା ଯୋଗୁଁ ଅଭାବନୀୟ ଦୁର୍ଘଟଣା

ବୋରୱେଲରେ ପଡ଼ି ୩୦ ଫୁଟ ତଳୁ କାନ୍ଦୁଛି ରାଧା, ତ୍ୱରାନ୍ଵିତ ହୋଇ ପାରୁନି ଉଦ୍ଧାର କାର୍ଯ୍ୟ

ଅନୁଗୁଳ: ବୋରୱେଲରେ ପଡ଼ି ୩୦ ଫୁଟ ତଳୁ ରାଧା କାନ୍ଦୁଛି। ସମସ୍ତେ ଶୁଣୁଥିଲେ ବି ଉପାୟ ଶୂନ୍ୟ ହୋଇ ଯାଇଛନ୍ତି। ଏଭଳି ଅଭାବନୀୟ ଘଟଣାର ସମାଧାନ କରିବା ପାଇଁ ଆମ ରାଜ୍ୟରେ ଟେକନୋଲୋଜି ନାହିଁ। ପାରମ୍ପରିକ ଢଙ୍ଗରେ ରାଧାକୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀ ଲାଗିଛି। ରାଧାକୁ ଆଉ କେତେ ଘଣ୍ଟା ପରେ ଉଦ୍ଧାର କରାଯିବ ସେ ନେଇ କୌଣସି ସୁନିଶ୍ଚିତତା ହୋଇ ପାରୁନାହିଁ।

କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ଗୋଳାସର ଗ୍ରାମର ୪ ବର୍ଷୀୟ ଶିଶୁ ରାଧା ସାହୁ ବୋରୱେଲରେ ଖସି ପଡ଼ିବାର ୬ଘଣ୍ଟା ପରେ ମଧ୍ୟ ତାଙ୍କୁ ଉଦ୍ଧାର ହୋଇ ପାରି ନାହିଁ। ଦମକଳ ବିଭାଗ ବିଭାଗର କର୍ମଚାରୀମାନେ ବହୁ ଉଦ୍ୟମ କରୁଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ବେଳକୁ ରାଧାକୁ ବୋରୱେଲରୁ ବାହାର କରିପାରି ନାହାନ୍ତି। ପ୍ରଶାସନର ଅବହେଳା ଯୋଗୁଁ ନୀରିହ ଶିଶୁଟି ବୋରୱେଲ ଭିତରକୁ ଖସି ପଡ଼ିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ଗୋଳାସର ଗ୍ରାମର ସନ୍ତୋଷ ସାହୁଙ୍କ ଝିଅ ରାଧା ସକାଳ ୯ଟାରେ ଖେଳୁଥିବା ବେଳେ ଘର ନିକଟରେ ଥିବା ସମୟରେ ଏକ ମୁହଁ ଖୋଲା ଥିବା ବୋରୱେଲ ମଧ୍ୟରେ ଖସି ପଡ଼ିଥିଲା। ଏଣେ ପରିବାର ଲୋକେ ବହୁ ସମୟ ଧରି ଗାଁ ସାରା ଖୋଜା ଖୋଜି କରି ବିଫଳ ହେବା ପରେ ଗାଁର କେହି ଜଣେ ବୋରୱେଲ ଭିତରୁ କିଛି ଶବ୍ଦ ଶୁଣିବାକୁ ପାଇଥିଲା। ପରିବାର ଲୋକ ବୋରୱେଲ ଭିତରକୁ ରାଧା ଖସିପଡ଼ିଥିବା ଜାଣିବା ପରେ ଦମକଳ ବାହିନୀଙ୍କୁ ସୂଚନା ଦେଇଥିଲେ।

publive-image

ବହୁ ଦିନରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥବା ବୋରୱେଲରେ ନଳକୂପ ଖଞ୍ଜା ଯାଇ ନଥିଲେ ମଧ୍ୟ ଏ ବାବଦରେ ପ୍ରଶାସନ ଦୃଷ୍ଟି ଦେଇ ନଥିଲା। ଏହା ଖୋଳଯିବା ପରେ ଯଦି ଏହାରି ଉପରେ ନଳକୂପ ଖଞ୍ଜା ଯିବା ପାଇଁ ଜିନିଷ ନଥିଲା, ତେବେ ଅନ୍ୟ କୌଣସି ପ୍ରକାରରେ ବନ୍ଦ କରାଯାଇ ପାରିଥାନ୍ତା। ସତେ ଅବା ବୋରୱେଲ ଏକ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିଲା, ଯାହାକି ସୋମବାର ଏହା ଦେଖିବାକୁ ମିଳିଛି।

ପ୍ରାୟ ୩୦ ଫୁଟ ଗଭୀରକୁ ୪ ବର୍ଷର ଶିଶୁ ଖସି ପଡ଼ିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଘଣ୍ଟା ପରେ ମଧ୍ୟ ବାହାର କରାଯାଇ ନପାରିବା ଉଦ୍‌ବେଗର ବିଷୟ। ପିଲାଟି ଏତେ ଗଭୀର ଭିତରେ କେମିତି ଥିବ, ତାକୁ ଶ୍ୱାସକ୍ରିୟା ପାଇଁ ଅମ୍ଲଜାନ କେମିତି ବ୍ୟବସ୍ଥା କରାଯାଇ ପାରିବ, ସେ ନେଇ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଘଟଣାସ୍ଥଳକୁ ତହସିଲଦାର ରବି ନାରାୟଣ ମାଝୀ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe