ପୁଣି ଏକ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର

Advertisment
ପୁଣି ଏକ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର

trendsmap.com

ନାଲକୋ ନଗର: ଅନଗୁଳ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ସୁସୁଡ଼ା ପଞ୍ଚାୟତ ଆଁକୁଲା ଅଞ୍ଚଳରେ ଏକ ଅର୍ଦ୍ଧଦଗ୍ଧ ଶବ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ନାଲକୋ ସ୍ମେଲଟର୍ ପ୍ଲାଣ୍ଟ୍ ବାଉଣ୍ଡରି ନିକଟରେ ଏକ ନିଛାଟିଆ ସ୍ଥାନରେ ଏକ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉକ୍ତ ରାସ୍ତା ଦେଇ କେହିଜଣେ ଯାଉଥିବା ବେଳେ ଏହା ଦେଖିବାକୁ ପାଇଥିଲେ। ଏନେଇ ନାଲକୋ ଥାନା ଓ ଟାଉନ ଥାନାକୁ ଖବର ଦେଇଥିଲେ।

ଖବର ପାଇ ଉଭୟ ଟାଉନ ଥାନା ଓ ନାଲକୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛିମାସ ତଳେ ଉକ୍ତ ଅଞ୍ଚଳରେ ଏଭଳି ଏକ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁନର୍ବାର ଏଭଳି ଘଟଣା ଘଟିଥିବା ହେତୁ ତାହା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe