ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ; ଅଭିଯୁକ୍ତ ଗିରଫ

Advertisment
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ; ଅଭିଯୁକ୍ତ ଗିରଫ

କିଶୋରନଗର: ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ହଣ୍ଡପା ଥାନା ପାପସରା ଗାଁର ପବନ ସାହୁ(୪୫)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଠାକୁରଗଡ଼ ଥାନା ଅଞ୍ଚଳର ଏହି ଛାତ୍ରୀ ହଣ୍ଡପା ଥାନା ଇଲାକାରେ ନିଜ ମାମୁଘରେ ରହି ପଢ଼ୁଛନ୍ତି। ଗତକାଲି ଟ୍ୟୁସନ୍‌ରୁ ଫେରିବା ସମୟରେ ପବନ ସାହୁ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ଛାତ୍ରୀ ଜଣକ ଗତକାଲି ଥାନାରେ ଏତଲା ଦେଇଥିଲେ। ଏ ସଂପର୍କରେ ପୁଲିସ ଏକ ମାମଲା ରୁଜୁ କରିବା ସହ ପବନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ସଂପର୍କରେ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe