ନାଲକୋ ନଗର: ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

Advertisment
ବନ୍ଦ କଠୋରିରୁ ଶ୍ରମିକଙ୍କ ଗଳିତ ଶବ ଉଦ୍ଧାର

The Fact News

ନାଲକୋ ନଗର: ଅନୁଗୁଳ ଜିଲ୍ଲା ୫୫ ଜାତୀୟ ରାଜପଥ ନିକଟସ୍ଥ ନାଲକୋନଗର କୃଷକ ବଜାର ସମୁଖରେ ବୁଧବାର ସକାଳୁ ଏକ ବସ୍‌ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବାଇକ୍‌ ଚ‌ାଳକ ଜଣକ କାଣ୍ଡସର ଗ୍ରାମର ଜ୍ବାଇଁ ବସନ୍ତ ବାରିକ (୫୫) ବୋଲି ଜଣାପଡ଼ିିଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳେ ବସନ୍ତ ଚା ପିଇ ସାରି ନିଜ ବାଇକରେ ଘରକୁ ଯାଉଥିବା ବେଳେ ଅପର ପାର୍ଶ୍ୱରୁ ଆସୁଥିବା ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ଟି ଶ୍ରମୀକଙ୍କୁ ନେଇ ଟାଟା ଭୂଷଣ କାରଖାନାକୁ ଯାଉଥିଲା। ଦୁର୍ଘଟଣା ଘଟିବା ପରେ ସାଙ୍ଗେ ସାଙ୍ଗେ ପୁଲିସ୍‌ ନ ଆସିବାରୁ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ରାଜପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ ଉଭୟ ବାଇକ ଓ ବସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe