image source--sisat
ଅନୁଗୁଳ : ଲଘୁଚାପ ଜନିତ ଲଗାଣ ବର୍ଷାରେ ବନ୍ତଳା ଅଞ୍ଚଳରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇଥିବା ବେଳେ ଗତ ୨୭ ତାରିଖ ସକାଳ ୯ଟା ସମୟରେ ଅନୁଗୁଳ ବ୍ଲକ ବଉଳିଜୋରରେ ଜଣେ ଯୁବକ ଗଭୀର ସ୍ରୋତରେ ଭାସି ନିଖୋଜ ଥିଲେ। ଆଜି ତାଙ୍କର ମୃତଦେହ ବଉଳିଜୋର ବଡ଼ ପଥର ନିକଟରେ ଭାସୁଥିବାର ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2020/08/ang1-1024x649.jpg)
ସୂଚନା ଅନୁଯାୟୀ ଅନୁଗୋଳ ବ୍ଲକ ଶଙ୍ଖପୁର ପଞ୍ଚାୟତ ର ଶଙ୍ଖପୁର ଗ୍ରାମର କ୍ଷୀରୋଦ ଦେହୁରୀ(୪୫) ସବୁଦିନ ପରି ବଉଳି ନାଳ ପାଖ ବାଇଗଣ ବଗିଚା କୁ ଯାଆନ୍ତି । ଗୁରୁବାର ସକାଳ ସମୟରେ ବାଇଗଣ ତୋଳି ଫେରିବା ବେଳେ ବଉଳିଜୋର ପାର ହେଉଥିବା ସମୟରେ ପାଣିର ଗଭୀର ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଗ୍ରାମବାସୀ ଅନୁଗୋଳ ଦମକଳ କେନ୍ଦ୍ର କୁ ଫୋନ କରି ଜଣାଇଥିଲେ ସେମାନେ ଅନେକ ଖୋଜା ଖୋଜି କରି ମଧ୍ୟ ପାଇନଥିଲେ। ଆଜି ସ୍ଥାନୀୟ ଲୋକ ଶବ ଭାସୁଥିବା ଦେଖିଥିଲେ। ଶବ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ, ଗଭୀର ଜଳରୁ ଶବଟିକୁ ଉଦ୍ଧାର ଏପର୍ଯ୍ୟନ୍ତ କରାଯାଇନଥିବା ଜଣାପଡିଛି l
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/07/dead-sisat-4.jpg)