ଅନୁଗୁଳ: ନାବାଳିକାକୁ ବଡ଼ ବାପା ପୁଅ ଭାଇ ଅପହରଣ-ଦୁଷ୍କର୍ମ କରିଥିବା ଅଭିଯୋଗ!

ଅନୁଗୁଳ: ନାବାଳିକାକୁ ବଡ଼ ବାପା ପୁଅ ଭାଇ ଅପହରଣ-ଦୁଷ୍କର୍ମ କରିଥିବା ଅଭିଯୋଗ!

DNA India

ଅନୁଗୁଳ: ନବମ ଶ୍ରେଣୀର ଛାତ୍ରୀଙ୍କୁ ତା’ର ବଡ଼ ବାପା ପୁଅ ଭାଇ ଅପହରଣ ପରେ ଦୁଷ୍କର୍ମ କରିଥିବା ଗୁରୁବାର ଅଭିଯୋଗ ହୋଇଛି। ନାବାଳିକା ଛାତ୍ରୀଙ୍କୁ ଅପହରଣ ଏବଂ ଦୁଷ୍କର୍ମ ନେଇ ପରିବାର ପକ୍ଷରୁ ଅନୁଗୁଳ ସଦର ଥାନାରେ ଅଭିଯୋଗ ହୋଇଛି।

ନାବାଳିକା ପରିବାର ଲୋକଙ୍କ ସହିତ ଥାନାକୁ ଯାଇ ଅଭିଯୋଗ କରିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତାଙ୍କର ନବମ ଶ୍ରେଣୀ ଝିଅ ବୁଧବାର ସ୍କୁଲ ଯାଇଥିଲା। ପୂର୍ବରୁ ଅନୁସରଣ କରିଥିବା ବଡ଼ ବାପା ପୁଅ ଭାଇ ମଧ୍ୟ ସ୍କୁଲରେ ପହଂଚିଥିଲା। ତା’ ପରେ ନାବାଳିକାକୁ ନେଇ ଫେରାର ହୋଇ ଯାଇଥିଲା। ପରେ ଦୁଷ୍କର୍ମ କରିଥିଲା। ନାବାଳିକା ସହିତ କଥାବାର୍ତ୍ତା ଓ ମିଳାମିଶା କରିବା ନେଇ ପୂର୍ବରୁ ଯୁବକଙ୍କୁ ପରିବାର ଲୋକେ ବିରୋଧ କରୁଥିଲେ। ଏହା ସତ୍ତ୍ୱେ ବି ସେ ନାବାଳିକାକୁ ବାହାରେ ଭେଟୁଥିଲା।

ଦୁଷ୍କର୍ମକାରୀ ଅଭିଯୁକ୍ତ ବେକାର ଥିଲା। ଘରେ ଖାଇ ବାହାରେ ମଜାମସ୍ତିରେ ବୁଲିବା ତା’ର କାମ ଥିଲା। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି।

କଳଙ୍କିତ ହେଉଛି ଭାଇ-ଭଉଣୀ ସଂପର୍କ
ସମାଜରେ ଏଭଳି ଘଟଣା ଅନେକ ଦେଖିବାକୁ ମିଳୁଛି। କିଛି ଖରାପ ଚରିତ୍ରର ଲୋକମାନଙ୍କ ପାଇଁ ଅନ୍ୟମାନେ ମଧ୍ୟ ସନ୍ଦେହ ଭିତରକୁ ଟାଣି ହୋଇଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe