ତାଳଚେର ରକ୍ତ ଭଣ୍ଡାରରେ ଲାଗିବ ସିସିଟିଭି

Advertisment
ତାଳଚେର ରକ୍ତ ଭଣ୍ଡାରରେ ଲାଗିବ ସିସିଟିଭି

ଅନୁଗୁଳ: ତାଳଚେର ରକ୍ତ ଭଣ୍ଡାର ପରିଚାଳନା କମିଟିର ଏକ ବୈଠକ ବୁଧବାର ତାଳଚେର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ରକ୍ତ ଭଣ୍ଡାର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ। ରକ୍ତ ଭଣ୍ଡାର ପାଇଁ ନୂତନ ଗୃହ ନିର୍ମାଣ କରାଯିବା, ଇନକ୍ୟୁବେଟର, ଅଟୋକ୍ଲେଭ୍‌ ଆଦି ପରୀକ୍ଷଣ ଯନ୍ତ୍ର କିଣାଯିବା, ରକ୍ତ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରିବା, ରକ୍ତ ଭଣ୍ଡାର ପରିସରରେ ସିସିଟିଭି କ୍ୟାମେରା ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରତି ଛଅମାସ ଅନ୍ତରରେ କମିଟି ବୈଠକ ଡାକିବାକୁ ସଭାପତି ନିର୍ଦେଶ ଦେଇଥିଲେ। ଏସ୍‌ଡିଏମ୍‌ଓ ଡା. ଅଶୋକ ପ୍ରଧାନ, ରକ୍ତ ଭଣ୍ଡାର ଅଧିକାରୀ ଡା. ସୁଭାଷ ଚନ୍ଦ୍ର ପାତ୍ର, ଡା. ପୂର୍ଣ୍ଣିମା ଉଦ୍‌ଗାତା, ଡା. ଶଙ୍କର୍ଷଣ ଡାହାଣ, ସହକାରୀ ଜିଲ୍ଲାପାଳ ରଶ୍ମିତା ନାଥ, କ୍ୟାମ୍ପ ଆୟୋଜକ ବଳରାମ ପତିଙ୍କ ସମେତ କମିଟି ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe