ଗଛ ବେଶରେ ଚିନ୍ମୟୀ ଦାସ, ବୃକ୍ଷର ଯତ୍ନ ପାଇଁ ଦେଲେ ପ୍ରେରଣା

ଚିନ୍ମୟୀ ଦାସ ଜଣେ କିନ୍ନର ହୋଇପାରନ୍ତି। କିନ୍ତୁ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସl ସେ ଓଡ଼ିଶାରେ କେବଳ ନୁହେଁ, ସାରା ଭାରତ ପାଇଁ ଗର୍ବ l ଚିନ୍ମୟୀ ଖାଲି ଗଛ ପାଇଁ ସଚେତନ କରୁଛନ୍ତି ତାହା ନୁହେଁ ବରଂ କୋଭିଡ ସମୟରେ ଅନେକ ମୃତଦେହକୁ ସତ୍କାର କରିଛନ୍ତିl

Chinmayee

ଅନୁଗୁଳ: ଗଛ ବେଶରେ ସଚେତନ କରୁଛନ୍ତି କିନ୍ନର ଚିନ୍ମୟୀ ଦାସ ଓ ମାନବ ସେବା ଚାରିଟେବୁଲ ଟ୍ରଷ୍ଟର ଅନ୍ତେବାସୀ ଏବଂ ସଚେତନ ନାଗରିକl ଅନୁଗୁଳ ଜିଲ୍ଲା ନାଲକୋ ବିଶ୍ୱ ପ୍ରସିଦ୍ଧ ବିଶ୍ୱକର୍ମା ପୂଜାରେ ହଜାର ହଜାର ଲୋକଙ୍କ ସମାଗମ ରହିଥିବା ବେଳେ ସମସ୍ତଙ୍କର ଦୃଷ୍ଟିଗୋଚର ହେଉଛି କିନ୍ନର ଚିନ୍ମୟୀ ଦାସଙ୍କ ଗଛ ବେଶ। ଛୋଟଛୋଟ ଗଛଗୁଡ଼ିକ ହାତରେ ପ୍ଲା କାର୍ଡ ଧରି ଲୋକଙ୍କୁ ଗଛ ଲଗେଇ ତାର ଯତ୍ନ ନେବାକୁ ପ୍ରବର୍ତ୍ତଉଛନ୍ତି l ଯୁବ ଗୋଷ୍ଠୀ ଆଗ୍ରହର ସହିତ ସେଲ୍ଫି ନେଉଛନ୍ତିl 

ଚିନ୍ମୟୀ ଦାସ ଜଣେ କିନ୍ନର ହୋଇପାରନ୍ତି କିନ୍ତୁ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସl ସେ ଓଡ଼ିଶାରେ କେବଳ ନୁହେଁ, ସାରା ଭାରତ ପାଇଁ ଗର୍ବ l ଚିନ୍ମୟୀ ଖାଲି ଗଛ ପାଇଁ ସଚେତନ କରୁଛନ୍ତି ତାହା ନୁହେଁ ବରଂ କୋଭିଡ ସମୟରେ ଅନେକ ମୃତଦେହକୁ ସତ୍କାର କରିଛନ୍ତିl ସେ ସେବା, ତ୍ୟାଗ, ମମତା, ମୃତ୍ତିମନ୍ତ ପ୍ରତୀକ ବୋଲି ସାଧାରଣରେ ଆଲୋଚନା ହୁଏ l

କେତେବେଳେ ଖରାଦିନେ ଚଢ଼େଇକୁ ପାଣି ଦେବା ହେଉ ଅଥବା ସାପ କାମୁଡ଼ା ସଚେତନତା, ହାତୀ ସୁରକ୍ଷା ସଚେତନତା, ବନାଗ୍ନି, ବନ୍ୟଜନ୍ତୁ, ଜଳ ସଂରକ୍ଷଣ, ବୃକ୍ଷରୋପଣ ହେଉ ସବୁଥିରେ ଆଗଭର କିନ୍ନର ଚିନ୍ମୟୀ ଦାସl ଆହୁରି ଚିନ୍ମୟୀ କହିଛନ୍ତି ଯେ ଏହି ପ୍ରୋଜେକ୍ଟ ଅନୁଗୁଳରୁ ଦିଲ୍ଲୀ ପର୍ଯ୍ୟନ୍ତ ପାଦରେ ଚାଲିଚାଲି ପରିବେଶ ଓ ଜଳବାୟୁ ପରିବର୍ତନ ସମସ୍ୟାର ସମାଧାନ ସଚେତନତା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚେଇବେ ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ଠାରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇବା ସହିତ ଚଳିତ ବର୍ଷ ତାଙ୍କ ଦ୍ୱାରା ପରିଚାଳିତ ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପ୍ରକୃତି ମିତ୍ର ପୁରସ୍କାର ପାଇଛି l ଚିନ୍ମୟୀଙ୍କର ଏଭଳି ଜନହିତକର କାର୍ଯ୍ୟ ପାଇଁ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି l

angul | Punascha Pruthibi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe