କୋଇଲା ଗାଡ଼ି ଜବତ, ୪ ଗିରଫ

Advertisment
କୋଇଲା ଗାଡ଼ି ଜବତ, ୪ ଗିରଫ

ବଅଁରପାଳ: ବଅଁରପାଳ ଥାନା ଅଧିକାରୀ କନକ ମାଝୀଙ୍କ ନେତୃତ୍ବରେ ଏକ ପୁଲିସ୍‌ ଟିମ୍‌ ଗତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ତାଳଚେରରୁ ଚୋରା କୋଇଲା ବୋଝେଇ କରି କଟକ ଯାଉଥିବା ଦୁଇଟି ଗାଡ଼ି(ଓଆର୦୪ ଜେ ୧୫୬୧, ଓଆର୦୨ ଏଜେ ୩୪୫୬) କୁ ଜବତ କରିଥିଲେ। ଦୁଇ ଗାଡିରେ ୪୦ ଟନ୍‌ରୁ ଅଧିକ କୋଇଲା ଥିବା ଜଣାପଡ଼ିଥିଲା। ଗାଡ଼ି ଚାଳକ ବ୍ରହ୍ମାନନ୍ଦ ଦେହୁରୀ ଓ କାର୍ତ୍ତିକ ବେହେରା, ହେଲପର ପାଣ୍ଡବ ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେହିପରି ଚୋରା କୋଇଲା ବୋଝେଇ ୭୦୯ ଗାଡି (ଓଡି୦୨ ଏଚ୍‌ ୫୦୯୧)କୁ ପୁଲିସ ଜବତ କରି ଚାଳକ ତ୍ରିଲୋଚନ ଜେନା(୨୮)କୁ କୋଟର୍ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe