ନାଲକୋନଗର: ରେଲେଓ୍ଵ କ୍ରସିଂ ନିକଟରୁ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Advertisment
ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ରେଳ ଟ୍ରାକ୍‌ ରକ୍ଷାଣାବେକ୍ଷଣ ଉପରେ ଗୁରୁତ୍ୱ

ନାଲକୋନଗର: ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମପଞ୍ଚାୟତର କଇଁଫୁଲିଆସାହି ରେଲେଓ୍ଵ କ୍ରସିଂ ନିକଟରୁ ଶନିବାର ଜଣେ ଯୁବକଙ୍କର ମୃତ ଦେହ ମିଳିଛି। ମିଳିଥିବା ସୂଚନା ଅନୁସାରେ ମୃତ ଯୁବକ ହେଲେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରିଣୀ ଗାଁର ସଚ୍ଚିଦାନନ୍ଦ ସାହୁ(୨୪)। ରେଲେଓ୍ଵ କ୍ରସିଂ ନିକଟରେ ମୃତ ଦେହ ପଡ଼ିଥିବା ଦେଖି ଗ୍ରାମ କିଛି ଲୋକ ପ୍ରଥମେ ଫାଟକ ଜଗୁଆଳିକୁ ସୂଚନା ଦେଇଥିଲେ। ଜଗୁଆଳି ଜିଆରପି ଥାନାକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା।

ତାଲଚେରସ୍ଥିତ ଭାରିଜଳ କାରଖାନାରେ କାର୍ଯ୍ୟରତ ମୃତକଙ୍କ ପିତା ଦୁଃଖବନ୍ଧୁଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅକୁ ହତ୍ୟା କରାଯାଇଛି। ସେ କହିଛନ୍ତି ଅଢ଼େଇ ବର୍ଷ ତଳେ ଏଫସିଆଇରେ ସଚ୍ଚିଦାନନ୍ଦ ଓ ତାଙ୍କ ସାଙ୍ଗମାନେ ଖେଳୁଥିଲେ। ସେମାନେ ଖେଳୁଥିବା ବେଳେ ଜଣେ ସାଙ୍ଗର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ତାଳଚେର ଥାନାରେ ଅଭିଯୋଗ ହୋଇଥିଲା। ପରେ ମାମଲା କୋର୍ଟକୁ ଯାଇଥିଲା। ସେହି ଘଟଣାକୁ ନେଇ ସଚ୍ଚିଦାନନ୍ଦଙ୍କୁ ହତ୍ୟା କରାଯାଇଥିବା ଦୁଃଖବନ୍ଧୁ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା ଅଭିଯୋଗ ହୋଇଛି। ନାଲକୋ ଆଇଆଇସି ଡାନିଏଲ କେରକେଟା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ପୋଷ୍ଟମଟମ୍‌ ପାଇଁ ପୁଲିସ ମୃତ ଦେହକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe