ଜଳିଗଲେ ଭିନ୍ନକ୍ଷମ ବୃଦ୍ଧ

ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ବନ୍ତଳା: ଅନୁଗୁଳ ବ୍ଲକ ଶଙ୍ଖପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ଲାଗି ଜଣେ ଭିନ୍ନକ୍ଷମ ବୃଦ୍ଧ ଜଳିଯାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ଥାନା ଶଙ୍ଖପୁର ଗ୍ରାମର କୁମର ଦେହୁରୀ(୬୩) ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ପୀଡ଼ିତ ଥିଲେ।

ଏନେଇ ଚିକିତ୍ସା ପରେ ୧୦ ବର୍ଷ ପୂର୍ବରୁ ତାଙ୍କର ଏକ ଗୋଡ଼କୁ କଟାଯାଇଥିଲା। ଫଳରେ ସେହିଦିନ ଠାରୁ ସେ ଗୋଟିଏ ଗୋଡ଼ ହରାଇଥିଲେ। ତେବେ ଆଜି ବିଳମ୍ବିତ ରାତିରେ ସେ ଶୋଇଥିବା କୋଠରୀ ମଧ୍ୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଫଳରେ ସେ ସେଠାରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଆଜି ବଡ଼ି ଭୋରରୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ କୁମରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe