ବନ୍ତଳା: ଲାଛବନ୍ଧ ଗାଁରେ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ

Advertisment
ବନ୍ତଳା: ଲାଛବନ୍ଧ ଗାଁରେ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ

symbolic photo

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଲାଛବନ୍ଧ ଗ୍ରାମରେ ଆଜି ଜଣେ ବଧୂକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ପାଇବା ପରେ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ଅନୁଗୁଳ ବ୍ଲକ ଖିଣ୍ଡା ଗ୍ରାମର ସରୋଜିନୀ ସାହୁଙ୍କ ସହିତ ଲାଛବନ୍ଧ ଗ୍ରାମର ଚୈତନ୍ୟ ସାହୁଙ୍କର ୨ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା। ତେବେ ଏକ ମାସ ହେଲା ସରୋଜିନୀଙ୍କୁ ତାଙ୍କ ବାପଘରୁ ଯୌତୁକ ଆଣିବା ପାଇଁ ବାଧ୍ୟ କରାଯାଉଥିଲା।

ଫଳରେ  ପାଟିତୁଣ୍ଡ ହେବା ପରେ ସରୋଜିନୀ ଶାଶୂଘର ଛାଡ଼ି ବାପଘର ଖିଣ୍ଡା ଗ୍ରାମରେ ରହୁଥିଲେ। ତେବେ ବହୁ ବୁଝାସୁଝା ପରେ ସେ ପୁଣି ଥରେ ନିଜ ଶାଶୂଘରକୁ ୪ ଦିନ ହେଲା ଫେରିଥିଲେ। ଆଜି ସକାଳୁ ଘର ଭିତରୁ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଯୌତୁକ ପାଇଁ ତାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଭିଣୋଇ ଚନ୍ଦ୍ରମଣି ଦେହୁରୀ ବନ୍ତଳା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମୃତ୍ୟୁଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe