ଅନୁଗୁଳ: ଯୌତୁକ ପାଇଁ ବଧୂହତ୍ୟା ଭଳି ସାଂଘାତିକ ଅଭିଯୋଗ ଆସିଛି। ଅନୁଗୁଳ ଥାନା ପୁଲିସ ନତଡ଼ା ଗାଁର ସତ୍ୟାନନ୍ଦ ବେହେରା(କହ୍ନେଇ)ଙ୍କ ପତ୍ନୀ ମୀତାଂଜଳିଙ୍କୁ ହତ୍ୟା କରାଯାଇଛି। ଘଟଣା ପରେ ସତ୍ୟାନନ୍ଦ ଓ ତାଙ୍କ ପରିବାର ଲୋକେ ଗାଁରୁ କୁଆଡ଼େ ଫେରାର ହୋଇଯାଇଛନ୍ତି। ଅନୁଗୁଳ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ଦେଢ଼ ବର୍ଷ ତଳେ ଅନୁଗୁଳ ଜିଲ୍ଲା ବଳରାମ ପ୍ରସାଦ ଗାଁ ଦୁଃଖବନ୍ଧୁ ରାଉତଙ୍କ ଝିଅ ମୀତାଂଜଳି ରାଉତ(୨୭)ଙ୍କ ବିବାହ ନତଡ଼ା ଗ୍ରାମର ମହେଶ୍ବର ବେହେରାଙ୍କ ପୁଅ ସତ୍ୟାନନ୍ଦ ବେହେରାଙ୍କ ସହିତ ସଂପନ୍ନ ହୋଇଥିଲା। ବିବାହ ପରେ ଯୌତୁକ ଦାବି କରି କୁଆଡ଼େ ସତ୍ୟାନନ୍ଦ ଓ ତାଙ୍କ ପରିବାର ଲୋକେ ମୀତାଂଜଳିଙ୍କୁ ନିର୍ଯାତନା ଦେଉଥିଲେ। ଗତରାତିରେ ବି ସତ୍ୟାନନ୍ଦ ଫୋନ୍ କରି ତାଙ୍କ ଶଳାକୁ ଗାଳିଗୁଲଜ କରିଥିଲେ। ଆଜି ସକାଳେ ମୀତାଂଜଳିଙ୍କ ଦେହ ଖରାପ ଥିବା ନେଇ ବାପଘର ଲୋକଙ୍କୁ ଖବର ଦିଆଯାଇଥିଲା। ତେବେ ସେମାନେ ଆସିବା ପରେ ପଳଙ୍କ ଉପରେ ମୀତାଂଜଳିଙ୍କ ଶବ ପଡ଼ି ରହିଥିଲା। ସତ୍ୟାନନ୍ଦ ଓ ତାଙ୍କ ବାପାମାଆ ଫେରାର ହୋଇଯାଇଥିଲେ। ମୀତାଂଜଳିଙ୍କ ବେକରେ ଦାଗ ରହିଛି। ସାମାନ୍ୟ ଆଘାତ ବି ରହିଛି। ତେଣୁ ତଣ୍ଟି ଚିପି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଦୁଃଖବନ୍ଧୁ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି। ଅନୁଗୁଳ ଥାନା ପୁଲିସ ଶବ ଉଦ୍ଧାର କରି ଏକ ହତ୍ୟା ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ବାପଘର ଲୋକଙ୍କୁ ମୀତାଂଜଳିଙ୍କ ଶବ ହସ୍ତାନ୍ତର କରାଯାଇଛି। ଏସ୍ଆଇ ଏନ୍.କେ.ଦାସ ମାମଲାର ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି ବୋଲି ଆଇଆଇସି ରମେଶ ବିଶୋଇ କହିଛନ୍ତି। ମୃତ ମୀତାଂଜଳିଙ୍କ ଏକ ତିନି ମାସର କନ୍ୟା ସନ୍ତାନ ଅଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/05/ang20.jpg)