ବଡ଼ଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ

ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନଭାଇ। ପାରିବାରିକ କଳହରୁ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବ୍ରାହ୍ମଣୀପାଲି ଗାଁରେ ଘଟିଛି ଏଭଳି ଘଟଣା। କିଶୋରନଗର ଥାନା ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ...

axe

ଅନୁଗୁଳ: ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନଭାଇ। ପାରିବାରିକ କଳହରୁ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବ୍ରାହ୍ମଣୀପାଲି ଗାଁରେ ଘଟିଛି ଏଭଳି ଘଟଣା। କିଶୋରନଗର ଥାନା ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିବା ବେଳେ ଅଭିଯୁକ୍ତ ସାନ ଭାଈ ଫେରାର ହୋଇଯାଇଛି।

ବ୍ରାହ୍ମଣୀପାଲି ଗାଁର କଛି ପ୍ରଧାନ ଓ ତାଙ୍କ ସାନ ଭାଈ ହଜାରୀ ପ୍ରଧାନଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଆଜି ସନ୍ଧ୍ୟାରେ ଝଗଡ଼ା ହୋଇଥିଲା। 

ଏହାପରେ ସାନ ଭାଇ ହଜାରୀ ଘରେ ଥିବା ଟାଙ୍ଗିଆ ଆଣି କଛିଙ୍କୁ ହାଣି ପକାଇଥିଲେ। ଘଟଣାସ୍ଥଳରେ ହିଁ କଛିଙ୍କ ମୃତ୍ୟୁ ହୋଇଥିଲା। କଛିଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ କିଶୋରନଗର ପୁଲିସ ଏକ ମାମଲା ରୁଜୁ କରି ଟାଙ୍ଗିଆ ଜବତ କରିବା ସହ ଅଭିଯୁକ୍ତଙ୍କୁ ଖୋଜୁଛି।

angul | murder

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe