ଗାଁ ମୁହାଁ ଦନ୍ତା, ଭାଙ୍ଗିଲା ୫ ଘର

Advertisment
ଗାଁ ମୁହାଁ ଦନ୍ତା, ଭାଙ୍ଗିଲା ୫ ଘର

ପଣ୍ଡୁଆ: କାମାକ୍ଷାନଗର ବ୍ଲକ୍‌ କୋଟଗରା ପଞ୍ଚାୟତ ଯୋଗିଡିହୀ ଓ କୋଟଗରା ଗ୍ରାମରେ ଦନ୍ତା ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ପ୍ରତିଦିନ ଏ ଅଞ୍ଚଳରେ ଖାଦ୍ୟ ପାଇଁ ଦନ୍ତାହାତୀ ଘର ଭାଙ୍ଗୁଥିବା ଜଣାପଡ଼ିଛି। ଗତକାଲି ଦନ୍ତା ରାତି ପ୍ରାୟ ୧ଟା ବେଳେ ଯୋଗିଡିହୀ ଗ୍ରାମର କାମନାସାହି ଟିକିନା ନାଏକ ଓ ବେଣୁଧର ନାଏକଙ୍କ ଘର ଭାଙ୍ଗି ଦେଇଛି। ସେହିଭଳି କୋଟଗରା, ହରିଜନସାହିର ଗୌରାଙ୍ଗ ଚରଣ ନାଏକ, ଗୌତମ ନାଏକ ଓ ଦୁର୍ଯ୍ୟୋଧନ ନାଏକଙ୍କ ଘରକୁ ଅନୁରୂପ ଭାବେ ଦନ୍ତା ହାତୀ ଭାଙ୍ଗି ଦେଇଛି। ଫଳରେ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ହାତୀ ଘର ଭାଙ୍ଗୁଥିବା ବେଳେ ଲୋକମାନେ ପ୍ରାଣ ବିକଳରେ ଘରୁ ବାହାରି ଅନ୍ୟତ୍ର ଚାଲି ଯାଇଥିଲେ। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe