ଅନୁଗୁଳ: ପାହାଡ଼ ଉପରୁ ପୁଣି ଏକ ହାତୀ ଛୁଆର ମୃତଦେହ ଉଦ୍ଧାର

Advertisment
ଅନୁଗୁଳ: ପାହାଡ଼ ଉପରୁ ପୁଣି ଏକ ହାତୀ ଛୁଆର ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାରରେ ଶଙ୍ଖମୂଳ ପାହାଡ଼ଠାରେ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି। ହାତୀ ଛୁଆଟିର ମୁଣ୍ଡରେ ଆଘାତ ଲାଗିବାରୁ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି। କୌଣସି ଦନ୍ତାହାତୀର ଆକ୍ରମଣରେ ଏପରି ଘଟିଛି ବୋଲି ବନ ବିଭାଗ ପକ୍ଷରୁ ଅନୁମାନ ଲଗାଯାଇଛି। ହାତୀ ଛୁଆଟିର ଶବ ବ୍ୟବଚ୍ଛେଦ ପରେ ତାହାକୁ ମାଟି ତଳେ .ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏପରି ହାତୀ ମୃତ୍ୟୁ ଘଟଣା କିଛି ନୂଆ କଥା ନୁହେଁ। ପୂର୍ବରୁ ବି ଜିଲ୍ଲାରେ ବାରମ୍ବାର ଏପରି ହାତୀ ଛୁଆଙ୍କର ମୃତଦେହ ଜଙ୍ଗଲ, ପାହାଡ଼ଆଦିରୁ ଉଦ୍ଧାର ହୋଇଛି। ଏହି ମାସ ମଧ୍ୟ ଏ ଘଟଣାଟି ଦ୍ୱିତୀୟ। କିଛି ଦିନ ତଳେ ବାର୍ହା ଫାସରେ ପଡ଼ି ଏକ ଛୁଆ ହାତୀର ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଥିଲା। ନଭେମ୍ବର ମାସରୁ ହିସାବ କଲେ ଇତି ମଧ୍ୟରେ ୩ଟି ହାତୀ ଛୁଆଙ୍କ ମୃତଦେହ ମିଳିସାରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂରା ରାଜ୍ୟରେ ହାତୀ ମୃତ୍ୟୁ ଘଟଣାରେ ଅନୁଗୁଳ ଜିଲ୍ଳା ଦ୍ୱିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe